ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ଆଜିଠାରୁ କମିଲା ବର୍ଷାର ପ୍ରକୋପ l ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ ରହିଥିବା ଅବପାତ ଏବେ ଉତ୍ତର-ଉତ୍ତର ପଶ୍ଚିମ ଆଡକୁ ଗତି କରୁଛି l ଏହା ଆସନ୍ତା ୨୪ ଘଣ୍ଟାରେ ଝାରଖଣ୍ଡ, ଉତ୍ତର ଛତିଶଗଡ ଓ ସଂଲଗ୍ନ ଉତ୍ତର ପ୍ରଦେଶ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ ଉତ୍ତର ପଶ୍ଚିମ ଆଡକୁ ଗତି କରିବ l ଆଜିଠାରୁ ରାଜ୍ୟରେ ବର୍ଷା ପରିମାଣ କମିବ l କେବଳ ପ୍ରବଳ ବର୍ଷା ନେଇ ଦୁଇ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର l ଅନ୍ୟ ସବୁ ଜିଲ୍ଲା ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହୁଛି l ଏହା ପରେ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି l ଗତ ଜୁଲାଇ ୧ ରୁ ୬ ତାରିଖ ମଧରେ ଲଘୁଚାପ ଜନିତ ବର୍ଷା ଯୋଗୁ ଦେଶରେ ସ୍ୱାଭାବିକ ଠାରୁ ୪୧ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି l ଓଡିଶା ରେ ଏହି ଅବଧି ମଧ୍ୟରେ ୨୧୩.୧ ମିଲି ମିଟର ବର୍ଷା ରେକର୍ଡ ହୋଇଛି l ଯାହାକି ସ୍ୱାଭାବିକ ବର୍ଷା ୫୬.୫ ମିଲି ମିଟର ତୁଳନାରେ ୨୭୭ ପ୍ରତିଶତ ଅଧିକ l ଜୁଲାଇ ମାସର ୩୧ ଦିନର ସ୍ୱାଭାବିକ ବର୍ଷା ୩୪୧ ମିଲି ମିଟର ୬୨ ପ୍ରତିଶତ ପ୍ରଥମ ୬ ଦିନରେ ହି ହୋଇଥିବା ତଥ୍ୟ କହୁଛି l ଏହା ସହ ରାଜ୍ୟରେ ୪୮ ଘଣ୍ଟା ଧରି ମୌସୁମୀ ଅତ୍ୟଧିକ ସକ୍ରିୟ ହେତୁ ଜୁନ ମାସର ୪୭ ପ୍ରତିଶତ ନିଅଣ୍ଟିଆ ବର୍ଷା ସ୍ଥିତି ଭରଣ ହେବା ସହ ୧ ଜୁନ ରୁ ୬ ଜୁଲାଇ ସୁଦ୍ଧା ରାଜ୍ୟରେ ମୋଟ ୩୨୩.୪ ମିଲି ମିଟର ବର୍ଷା ରେକର୍ଡ ହୋଇଛି l ଯାହାକି ସ୍ୱାଭାବିକ ବର୍ଷା ୨୬୫.୮ ମିମି ତୁଳନାରେ ୨୨ ପ୍ରତିଶତ ଅଧିକ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

