ନନ୍ଦିଘୋଷ ବ୍ୟୁରୋ :ଥମୁନି ମାୟାନଗରୀରେ ବର୍ଷା ବିତ୍ପାତ। ଆଜି ଲଗାଣ ବର୍ଷା ଯୋଗୁ ଗୁରୁତର ବାଧାପ୍ରାପ୍ତ ହୋଇଛି ବସ, ବିମାନ ଓ ଟ୍ରେନ ସେବା। ବର୍ଷା ଯୋଗୁ ଆର୍ଥିକ ରାଜଧାନୀରେ ଜୀବନଯାତ୍ରା ପ୍ରଭାବିତ। ଅନେକ ରାସ୍ତାରେ ପାଣି ଜମିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ ପଥ, ମୁମ୍ବାଇ-ଅହମ୍ମଦାବାଦ ରାଜପଥ, ମୁମ୍ବାଇ-କୋଙ୍କଣ ରାଜପଥ ବନ୍ଦ ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ରାଜପଥରେ ଯାତାୟାତ ବନ୍ଦ ହୋଇଛି। ମୁମ୍ବାଇ-ଅହମ୍ମଦାବାଦୀ ରାଜପଥର ଅନେକ ସ୍ଥାନରେ ପାଣି ଚାଲିବା ଯୋଗୁ ଯାତାୟାତ ଠପ୍ ହୋଇଛି। ପୁଣେ- ମୁମ୍ବାଇ ଟ୍ରେନ ସେବା ବାତିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବର୍ଷାଜନିତ ମୃତ୍ୟୁ ସଂଖ୍ଯା ୧୩ ହୋଇଛି। ପୁଣେର ମାଭାଲ ଅନ୍ତର୍ଗତ ପାଟନ ଗ୍ରାମରେ ଭୂସ୍ଖଳନ ଯୋଗୁ ୨ ଜଣ ପ୍ରାଣ ହରାଇଛନ୍ତି। ବର୍ଷାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଦୁଇଟି ଯାକ ବିଧାନସଭା ସଦନର କାର୍ଯ୍ୟ ସ୍ଥଗିତ ରଖାଯାଇଛି। IMD ମୁମ୍ବାଇ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ।

