spot_img

Latest Posts

ଟ୍ରକ୍ ସହ ପିକଅପ୍ ଭ୍ୟାନ ଧକ୍କା, ୭ମୃତ

ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ମୃତ। NH/23 ରାମଗଡ଼-ବୋକାରୋ ରାସ୍ତାର ରାଜରପ୍ପା ଥାନା ଅଞ୍ଚଳର ଲାରି ବୁଧବଜାର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ସହ ପିକଅପ୍ ଭ୍ୟାନର ଘଟିଥିଲା ଧକ୍କା। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ପିକଅପ୍ ଭ୍ୟାନଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା। ସୂଚନା ପାଇବା ପରେ, ରାଜରପ୍ପା ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଆହତମାନଙ୍କୁ ରାମଗଡ଼ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ସମସ୍ତ ମୃତକ ଏକ ବ୍ୟାଣ୍ଡ-ତାଶା ପାର୍ଟି ସହିତ ଜଡିତ ଥିବା ଅନୁମାନ କରାଯାଉଛି। ବାହାଘର କାର୍ଯ୍ୟକ୍ରମ ସାରି ମାରାଙ୍ଗମାର୍ଚା ଗାଁରୁ ରାମଗଡ଼ର ବାଲ୍ ସଗାରାସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଘଟିଥିଲା ଦୁର୍ଘଟଣା। ଦୁର୍ଘଟଣା ପରେ ଗ୍ରାମବାସୀମାନେ ରାମଗଡ଼-ବୋକାରୋ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା।

Latest Posts

Don't Miss