ନନ୍ଦିଘୋଷ ବ୍ୟୁରୋ : ଫିଫା ବିଶ୍ୱକପ୍ ରେ ଦେଖିବାକୁ ମିଳିଛି ବଡ଼ ବିପର୍ଯ୍ଯୟ । ଗ୍ରୁପ୍ E ମୁକାବିଲାରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀ ପରାସ୍ତ କରିଛି। ନ୍ୟୁୟର୍କ ନ୍ୟୁଜର୍ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଜର୍ମାନୀ ପ୍ରଥମେ ଆକ୍ରମଣ କରିବାରୁ ପ୍ରାରମ୍ଭିକ ନାଟକୀୟତା ଦେଖିବାକୁ ମିଳିଥିଲା କିନ୍ତୁ ଇକ୍ୱେଡର କମବ୍ୟାକ୍ କରି ବିଜୟ ସହିତ ୩ ପଏଣ୍ଟ ପାଇଛି। ଜର୍ମାନୀ ପାଇଁ ସାନେ ଦ୍ଵିତୀୟ ମିନିଟରେ ଗୋଲ ଦେଇଥିଲେ । ଇକ୍ୱେଡର ତୁରନ୍ତ ଜବାବ ଦେଇଥିଲେ, ନବମ ମିନିଟରେ ନିଲସନ ଆଙ୍ଗୁଲୋ ଗୋଲ୍ ସ୍କୋର କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ୭୭ତମ ମିନିଟରେ ଗୋଞ୍ଜାଲୋ ପ୍ଲାଟା ନିର୍ଣ୍ଣାୟକ ଗୋଲ ସ୍କୋର କରି ଇକ୍ୱେଡରକୁ ଜିତାଇଥିଲେ। ଫିଲାଡେଲଫିଆ ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍ E ମ୍ୟାଚ୍ରେ ଆଇଭୋରି କୋଷ୍ଟ ୨-୦ ଗୋଲରେ କୁରାକାଓକୁ ପରାସ୍ତ କରିଛି । ଫରୱାର୍ଡ ନିକୋଲାସ୍ ପେପେ ଦୁଇଟି ଯାକ ଗୋଲ ଦେଇଥିଲେ।
ସେହିପରି ଗ୍ରୁପ୍ F ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍ ୩-୧ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଗ୍ରୁପ୍ F ମ୍ୟାଚ୍ରେ ଜାପାନ ଏବଂ ସ୍ୱିଡେନ୍ ମ୍ୟାଚ୍ ୧-୧ ଗୋଲରେ ଡ୍ର ରହିଛି।

