spot_img

Latest Posts

ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହଡ଼ପ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହଡ଼ପ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏତଲା ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଛଅ ଜଣ ମନ୍ଦିର କର୍ମଚାରୀ। ନଗଦ ଦାନ ଅର୍ଥ ଗଣିବା କାମରେ ନିୟୋଜିତ ଥିଲେ। ସମସ୍ତ ଆଠ ଜଣ ଅଭିଯୁକ୍ତ ଟଙ୍କା ନେବାର ସିସି କ୍ୟାମେରାରେ ଧରାପଡ଼ିଛନ୍ତି । ଅଭିଯୁକ୍ତମାନେ ହେଲେ ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ଅବିନାଶ ଶୁକ୍ଳା, ରାମଶଙ୍କର ମିଶ୍ର, ରାମଶଙ୍କର ଯାଦବ, ମନୀଷ ଯାଦବ, ସୁଭାଷ ଚନ୍ଦ୍ର ଶ୍ରୀବାସ୍ତବ ଏବଂ କରୁଣେଶ ପାଣ୍ଡେ। ଦାନ ଅର୍ଥରୁ ପ୍ରାୟ ସାଢେ ୭ କୋଟି ଟଙ୍କା ଗାଏବ ରହିଛି । ୟୁପି ସରକାରଙ୍କ ନିର୍ଦ୍ଦେଶକ୍ରମେ, BNCର ଧାରା ୩୦୬, ୩୧୬ (୫), ୩୧୭(୪), ୩୧୭ (୫), ୬୧, ଏବଂ ୩(୫) ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି ।

Latest Posts

Don't Miss