spot_img

Latest Posts

ଗୋଟିଏ ଆମ୍ବର ଦାମ ୩ ହଜାର ଟଙ୍କା

ଗୋଟିଏ ଆମ୍ବର ଦାମ ୩ ହଜାର ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଆମ୍ବର ମୂଲ୍ୟ ୩ ହଜାର ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କିଲେ କି ଦୁଇ କିଲୋ ନୁହେଁ ଆମ୍ବର ଓଜନ ପ୍ରାୟ ୫ କିଲୋଗ୍ରାମ ।ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ନୂରଜୁହାଁ ଆମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁର୍ଲଭ ଆମ୍ବ କେବଳ ତାର ଅଲଗା ସ୍ୱାଦ ପାଇଁ ନୁହେଁ, ଏହାର ଓଜନ ଏବଂ କମ୍‌ ମିଳୁଥିବାରୁ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ସମୟରେ ଗୋଟିଏ ନୂରଜହାଁ ଆମ୍ବର ଓଜନ ୩ ରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ ହୁଏ । ବଜାରରେ ଏହାର ଦାମ ୧୫୦୦ ରୁ ୩୦୦୦ ଟଙ୍କା ପ୍ରତି ପିସ୍‌ ପର୍ଯ୍ୟନ୍ତ ହୋଇଥାଏ । ଆଲିରାଜପୁର ଜିଲ୍ଲାର କାଠିୱାଡା ଅଞ୍ଚଳରେ ଚାଷ ହେଉଥିବା ଏହି ଖାସ୍‌ ଆମ୍ବ ବିଷୟରେ ସାରା ଦେଶରେ ଚର୍ଚ୍ଚା ହେଉଛି । ଆମ୍ବ ପ୍ରେମୀ ଓ ମାଳିମାନେ ଏହାକୁ ଦେଖିବା ଏବଂ ସ୍ୱାଦ ନେବା ପାଇଁ ଦୂର ଦୂରାନ୍ତରୁ ଆସୁଛନ୍ତି । ଏହାର ଅଧିକ ଚାହିଦା ପାଇଁ ଲୋକେ ଏହାକୁ ଆଗରୁ ବୁକିଂ କରିଥାନ୍ତି ।

ନୂରଜାହାଁ ଆମ୍ବ କାହାଣୀଟି ବହୁତ ଆକର୍ଷଣୀୟ । ବଗିଚା ମାଲିକ ଶିବରାଜ ସିଂହ ଜାଦବଙ୍କ ଅନୁସାରେ ପ୍ରାୟ ୫୦ ବର୍ଷ ପୂର୍ବେ ତାଙ୍କ ପିତା ଦଇଟି ଭିନ୍ନ ପ୍ରକାରର ଆମ୍ବ ଜାହାଙ୍ଗୀର ଏବଂ ଗୁଜୁରାଟର ପ୍ରସିଦ୍ଧ ରାଜାପୁରୀ ଆମ୍ବକୁ କଲମ କରି ଏକ ନୂଆ ପ୍ରକ୍ରିୟା ବିକଶିତ କରିଥିଲେ । ଏହି ଖାସ୍‌ ଆମ୍ବକୁ ପରେ ପ୍ରସିଦ୍ଧ ଗାୟିକା ଏବଂ ଅଭିନେତ୍ରୀ ନୁରଜାହାନଙ୍କ ନାମରେ ନାମିତ କରାଯାଇଥିଲା ।

ଏହି ଆମ୍ବର ସବୁଠାରୁ ବଡ଼ ବିଶେଷତ ହେଉଛି ଏହାର ଅସାଧାରଣ ଆକାର । କେତେକ ସମୟରେ ଏହା ଓଜନ ଛୋଟ ପପେଇ ଠାରୁ ମଧ୍ୟ ଅଧିକ ହୋଇଯାଏ । ଏହା ବ୍ୟତୀତ,ଏହାର ରସ, ମିଠା ଏବଂ ସୁଗନ୍ଧ ଏହାକୁ ଅନ୍ୟ ଆମ୍ବଠାରୁ ଭିନ୍ନ କରିଥାଏ । ଏହି କାରଣରୁ ଏହା ଦେଶରେ ସବୁଠାରୁ ଅଧିକ ଲୋକପ୍ରିୟ ଓ ମହଙ୍ଗା ଆମ୍ବ ମଧ୍ୟରେ ଗୋଟିଏ ହୋଇସାରିଛି । ଏହାକୁ ଏକ ଜାତୀୟ ପୁରସ୍କାର ମଧ୍ୟ ମିଳିସାରିଛି । ଶିବରାଜ ସିଂହ ଜାଦବ ଦାବି କରିଛନ୍ତି ଯେ ଦେଶରେ କେବଳ ତିନୋଟି ନୁରଜାହାଁ ଆମ୍ବ ଗଛ ଅଛି ଏବଂ ତିନୋଟି ଗଛ ତାଙ୍କ ବଗିଚାରେ ଅଛି । ସେ କହିଲେ ଯେ ଏହି ଦୁର୍ଲଭ ବିବିଧତାକୁ ବଢ଼େଇବା ପାଇଁ ଅନେକ ପ୍ରୟାସ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନୂଆ ଚାରା ବିକଶିତ ହୋଇପାରିଲା । ସୀମିତ ଉତ୍ପାଦନ ଯୋଗୁଁ ଏହାର ଉପଲବ୍ଧତା ବହୁତ କମ୍‌ ରହିଛି । କମ୍‌ ଉତ୍ପାଦନ ସତ୍ତ୍ୱେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

ଆମ୍ବ ଋତୁ ଆରମ୍ଭ ହେବାମାତ୍ରେ ଦେଶସାରା ଲୋକମାନେ ଏହାର ସୂଚନା ଖୋଜିବା ଆରମ୍ଭ କରନ୍ତି । କେତେବେଳେ ଚାହିଦା ଏତେ ଅଧିକ ଥାଏ ଯେ ଆଗ୍ରହୀ ଲୋକମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିଥାଏ । ଏହାର ବଡ଼ ଆକାର, ବିରଳତା ଓ ସ୍ୱାଦିଷ୍ଟ ସ୍ୱାଦ ଯୋଗୁଁ ନୁରଜାହାଁ ଆମ୍ବ ମଧ୍ୟପ୍ରଦେଶର ବଗିଚାରେ ଏକ ଐତିହ୍ୟର ଅନନ୍ୟ ପ୍ରତୀକ ପାଲଟିଛି  ଓ ଦେଶରେ ସବୁଠାରୁ ଲୋକପ୍ରିୟ ଆମ୍ବରେ ଏହାକୁ ବିବେଚନା କରାଯାଇଛି ।

Latest Posts

Don't Miss