କେନ୍ଦ୍ରାପଡ଼ା : କୂଅସଫା କରୁଥିବା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ଜଣେ ମୃତ । ଦୁଇ ଜଣେ ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ ଅଘଟଣ। ଗାଁର ସୁକାନ୍ତ ପରିଡ଼ାଙ୍କର କୂଅ ସଫାକରିବା କରିବା ପାଇଁ ୩ଜଣ ଶ୍ରମିକ ଆସିଥିଲେ । ପ୍ରଥମେ ଜଣେ ଶ୍ରମିକ କୂଅ ସଫା କରିବା ପାଇଁ ଭିତରକୁ ପ୍ରବେଶ କରିଥିଲେ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ୩ ଜଣ ଶ୍ରମିକ ଅଚେତ ହୋଇପଡ଼ିଥିଲେ ।
ପାଟିତୁଣ୍ଡ ଶୁଣି ଗ୍ରାମବାସୀମାନେ ଏକାଠି ହୋଇ ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ୩ ଜଣଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣେ ଗୁରୁତର କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଦେମାଳ ଗାଁର ପରୀକ୍ଷିତ ସିଂ ।

