spot_img

Latest Posts

କେରଳମ ଛୁଇଁଲା ମୌସୁମୀ ବାୟୁ

ନନ୍ଦିଘୋଷ ବ୍ୟୁରୋ: କେରଳମ ଛୁଇଁଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ସପ୍ତାହକ ପରେ ଓଡ଼ିଶା ଛୁଇଁବା ସମ୍ଭାବନା । ମୌସୁମୀ କେରଳ ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏଥର ବିଳମ୍ବରେ କେରଳ ଛୁଇଁଛି ମୌସୁମୀ । ପ୍ରଥମେ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଆରବସାଗର ଲାକ୍ଷାଦ୍ବୀପ ଦ୍ବୀପପୁଞ୍ଜର ବିଭିନ୍ନ ସ୍ଥାନକୁ ମୌସୁମୀ ଅଗ୍ରସର ହୋଇଥିଲା । ଏହାପରେ ଆଜି କେରଳମ ଛୁଇଁଛି ମୌସୁମୀ । ତାମିଲନାଡୁର ପଶ୍ଚିମ ଏବଂ ଦକ୍ଷିଣରେ ୧୫ରୁ ଅଧିକ ଜିଲ୍ଲାରେ ବର୍ଷା ଚେତାବନୀ ଜାରି ହୋଇଛି ।

ସେପଟେ ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ଜୁନ୍‌ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଏଲନିନୋ ପ୍ରଭାବରେ ୧୦ ପ୍ରତିଶତ କମ୍ ବର୍ଷା ହେବ ।

ଓଡ଼ିଶା କଥା ଦେଖିଲେ, ଉତ୍ତର ଓଡ଼ିଶାରେ ସାମାନ୍ୟରୁ କମ୍ ବର୍ଷା ହେବ । ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ତାଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମୋଟାମୋଟି ଭାବେ ବର୍ଷାର ତାରତମ୍ୟ ଅନୁଭୂତ ହେବ ବୋଲି IMD ଡିଜି କହିଛନ୍ତି । ୨୦୧୫ ଏଲ୍ ନିନୋରେ ୧୦% କମ୍ ବର୍ଷା, ୨୦୧୬ ମେରେ ୪୫° ରୁ ଉର୍ଧ୍ ତାତି ଅନୁଭୂତ ହୋଇଥିଲା । ଏଥର ସୁପର” ଏଲ୍ ନିନୋ ହେଲେ କଣ ହେବ ଏଥର ସୁପର ଏଲ୍ ନିନୋକୁ ପାଣିପାଗ ବିଶେଷଜ୍ଞ ମାନେ କ୍ରାଇଷ୍ଟ ଓ ଲିଟଲି ବୟ ନା ଦେଇଛନ୍ତି ବୋଲି କହିଛନ୍ତି । ଆମେରିକା, ୟୁରୋପ ନୁହେଁଡ଼ିଶା ଚାଷୀ ବି ପ୍ରଭାବିତ ହେବା ଆଶଙ୍କା ରହିଛି । ସେପଟେ ମୌସୁମୀ କେରଲମ୍ ଛୁଇଁନି, ଡ଼ିଶା ଛୁଇଁବ ୧୫ ଜୁନ୍ ପରେ । ଜୁନ୍ ଶୁଖିଲା ଗଲେ ରୋପଣ ବିପର୍ଯ୍ୟସ୍ତ ହେବ ।

Latest Posts

Don't Miss