ନନ୍ଦିଘୋଷ ବ୍ୟୁରୋ : ଆମେ ସାଧାରଣତଃ ଖାଦ୍ୟରେ ଲଙ୍କା ବ୍ୟବହାର କରିଥାଉ । କିଏ ଅଧିକ ଲଙ୍କା ବ୍ୟବହାର କରେ ତ କିଏ ଖାଦ୍ୟରେ କମ ଲଙ୍କା ବ୍ୟବହାର କରିଥାନ୍ତି । ଲଙ୍କା ଖାଦ୍ୟରେ ମସଲା ଯୁକ୍ତ ସ୍ବାଦ ଯୋଗାଇଥାଏ । ଆପଣ ଜାଣିଛନ୍ତି କି ଲଙ୍କା ଆମ ଶରୀର ପାଇଁ କେତେ କ୍ଷତି କାରକ ? ଯଦି ଜାଣିନାହାଁନ୍ତି, ତେବେ ଆସନ୍ତୁ ଜାଣିବା ।
ବିଶେଷଜ୍ଞ ମାନଙ୍କ ମତ ଅନୁଯାୟୀ, ଯଦି ଆମେ ୨୧ ଦିନ ପାଇଁ ଲାଲ୍ ଲଙ୍କା ଖାଇବା ଛାଡ଼ିଦେବା, ତେବେ ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । ପ୍ରକୃତରେ, ଲାଲ୍ ଲଙ୍କା ଖାଦ୍ୟକୁ ମସଲାଯୁକ୍ତ କରିଥାଏ, କିନ୍ତୁ ଏହା ଅନେକ ଲୋକଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ସାଜିଥାଏ ।
ଯଦି କେହି ୨୧ ଦିନ ପାଇଁ ଲାଲ ଲଙ୍କା ଖାଇବାରୁ ଦୂରେଇ ରୁହନ୍ତି, ତେବେ ସେମାନଙ୍କ ଶରୀରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଥାଏ। ଅଧିକ ଲଙ୍କା ଖାଇବା ଦ୍ବାରା ଶରୀର ଉପରେ ଏହାର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ , ଆପଣ ଏହାକୁ କିପରି ବ୍ୟବହାର କରୁଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଲାଲ୍ ଲଙ୍କା ଖାଇବାରୁ ଦୂରେଇ ରହିବା ପେଟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ଏହା ପେଟ ଯନ୍ତ୍ରଣା ଏବଂ ପେଟ ପୋଡ଼ିବା ସମସ୍ୟାରୁ ଆରାମ ଦେଇଥାଏ।
ପେଟ ପୋଡ଼ିବା ଏବଂ ଏସିଡିଟିରୁ ମୁକ୍ତି :
ଲାଲ୍ ଲଙ୍କାରେ ଥିବା କ୍ୟାପ୍ସାଇସିନ୍ କିଛି ଲୋକଙ୍କ ପେଟରେ ଉତ୍ତେଜନା ସୃଷ୍ଟି କରିଥାଏ। ତେଣୁ ୨୧ ଦିନ ପାଇଁ ଲାଲ୍ ଲଙ୍କା ଖାଇବା ବନ୍ଦ କରିଦେଲେ ଏସିଡିଟି, ପେଟ ପୋଡ଼ିବା ଏବଂ ଗ୍ୟାସ୍ ସମସ୍ୟା କମିଯାଇଥାଏ। ନିଜ ଶରୀରକୁ ସୁସ୍ଥ ରଖିବା ଆମର ଦାୟିତ୍ବ, ତେଣୁ ଅତ୍ୟଧିକ ଲାଲ୍ ଲଙ୍କା ଠାରୁ ଦୂରେଇ ରହିଲେ ଆମେ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇପାରିବା। ଲଙ୍କା ଖାଦ୍ୟରେ ସ୍ବାଦ ବଢାଏ କିନ୍ତୁ ଅଧିକ ଲଙ୍କା ଖାଇବା ଦ୍ବାରା ଶରୀର ଉପରେ କୁ ପ୍ରଭାବ ପକାଇଥାଏ, ତେଣୁ କମ ପରିମାଣରେ ଲଙ୍କା ଖାଇବା ଉଚିତ ।

