ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ । ଜୁଲାଇ ୨୩ରୁ ପାଠପଢ଼ା ଆରମ୍ଭ ହେବ । ଚଳିତ ଶିକ୍ଷାବର୍ଷ ପାଇଁ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି । ଜୁନ୍ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ରେ ଆବେଦନ କରିପାରିବେ । ଜୁଲାଇ ୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବ । ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ । ଏହାପରେ ଜୁଲାଇ ୩୦ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ । ଅଗଷ୍ଟ ୨ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ । ସ୍ପଟ୍ ନାମଲେଖା ପାଇଁ ଅଗଷ୍ଟ ୬ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ସହ ଇଣ୍ଟିମେସନ୍ ଲେଟର ପ୍ରଦାନ କରାଯିବ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଅଗଷ୍ଟ ୭ ତାରିଖ ମଧ୍ୟାହ୍ନ ୧୨ଟାରୁ ୧୨ ତାରିଖ ରାତି ୯ଟା ମଧ୍ୟରେ କଲେଜରେ ରିପୋଟିଂ କରିବେ । ସାଧାରଣ ବର୍ଗ, ଏସ୍ ଇବିସି, ଓବିସି ବର୍ଗରଛାତ୍ରଛାତ୍ରୀ ଆବେଦନ ଫି ୨୦୦ ଟଙ୍କା ଦାଖଲ କରିବେ । ଏସ୍ସି, ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫି ରହିଛି । ମାତ୍ର ଭିନ୍ନକ୍ଷମ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି ଛାଡ଼ କରାଯାଇଛି । ଏନେଇ ସମସ୍ତ ସୂଚନା ସାମ୍ମ୍ସ ୱେବ୍ସାଇଟ୍ https://hss. samsodisha.gov.in/newHSSI index.aspx ରେ ଉପଲବ୍ଧ ରହିଛି । ଆବେଦନ ସମୟରେ କୌଣସି ସମସ୍ୟାର ସମାଧାନ ପାଇଁ ସଂଯୋଗ ସହାୟତା ନମ୍ବର ୧୫୫୩୩୫, ୧୮୦୦୩୪୫୬୭୭୦ରେ କିମ୍ବା ଇ-ମେଲ୍ ଆଇଡି sams.dhse@gov. inରେ ଯୋଗାଯୋଗ କରିହେବ ।

