ଭୁବନେଶ୍ବର : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୮୭ ପଇସା ଓ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଗୋଟିଏ ମାସରେ ଲଗାତାର ୩ ଥର ବଢ଼ିଛି ତେଲ ଦର। ପଶ୍ଚିମ ଏସିଆରେ ସଙ୍କଟ କାରଣରୁ ବାରମ୍ବାର ବଢ଼ିବାରେ ଲାଗିଛି ତେଲ ଦର। ନୂଆ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ହୋଇଛି ୯୯ ଟଙ୍କା ୫୧ ପଇସା। ଡିଜେଲ ଦର ହୋଇଛି ୯୨ ଟଙ୍କା ୪୯ ପଇସା। ଦେଶରେ ପର୍ଯ୍ୟାପ୍ତ ତୈଳ ଗଚ୍ଛିତ ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କହିବା ପରେ ପରେ ଏହି ଦର ବୃଦ୍ଧି ଘଟିଛି। ଗତ ୧୫ ତାରିଖରେ ପେଟ୍ରୋଲ, ଡିଜେଲ ୩ ଟଙ୍କା ଲେଖାଏ ଓ ସିଏନଜି ୨ ଟଙ୍କା ବୃଦ୍ଧି ପାଇଥିଲା। ଗତ ୧୯ରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ଓ ଡିଜେଲ ଲିଟର ପିଛା ୯୪ ପଇସା ବୃଦ୍ଧି ପାଇଥିଲା। ଗତ ୧୦ ଦିନ ଭିତରେ ତୃତୀୟ ଥର ଲାଗି ବଢ଼ିଛି ତେଲ ଦର।….

