ପୁଣି ସାଧାରଣ ଗ୍ରାହକଙ୍କୁ ଝଟକା । ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୯୩ ପଇସା ଓ ଡିଜେଲ ଲିଟର ପିଛା ୯୬ ପଇସା ବୃଦ୍ଧି । ଏବେ ପେଟ୍ରୋଲ ଲିଟର ପିଛା ଭୁବନେଶ୍ବରରେ ୧୦୫ ଟଙ୍କା ୪୪ ପଇସା ଓ ଡିଜେଲ ୯୬ ଟଙ୍କା ୯୫ ପଇସା ହୋଇଛି। ପ୍ରିମିୟମ ପେଟ୍ରୋଲ ଲିଟର ପିଛା ବଢ଼ିଛି ୯୪ ପଇସା । ପ୍ରିମିୟମ ପେଟ୍ରୋଲ ଭୁବନେଶ୍ବରରେ ବଢି ହୋଇଛି ୧୧୪ ଟଙ୍କା ୫୬ ପଇସା । ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ସାରା ଦେଶରେ ଲାଗୁ ହୋଇଛି ବର୍ଦ୍ଧିତ ଦର । ଗତ ଶୁକ୍ରବାର ଦିନ ବଢ଼ିଥିଲା ତୈଳଦର । ପେଟ୍ରୋଲ ଲିଟର ପିଛା ବଢିଲା ୩ ଟଙ୍କା ୨୨ ପଇସା ଓ ଡିଜେଲ ଲିଟର ପିଛା ବଢ଼ିଲା ୩ ଟଙ୍କା ୧୯ ପଇସା ମହଙ୍ଗା ହୋଇଥିଲା । ଦର ବଢ଼ିବା ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୧ ଟଙ୍କା ୨୯ ପଇସାରୁ ବଢ଼ି ୧୦୪ ଟଙ୍କା ୫୧ ପଇସା ଓ ଡିଜେଲ ଲିଟର ୯୨ ଟଙ୍କା ୮୦ ପଇସାରୁ ବଢ଼ି ହେଲା ୯୫ ଟଙ୍କା ୯୯ ପଇସା ହୋଇଥିଲା । ପ୍ରିମିୟମ ପେଟ୍ରୋଲ ଲିଟର ୧୧୦ ଟଙ୍କା ୪୧ ପଇସାରୁ ବଢ଼ି ୧୧୩ ଟଙ୍କା ୬୨ ପଇସା ହୋଇଥିଲା ।….

