ଭୁବେନଶ୍ବର: ଜୁନ ୨୧ରେ ହେବ NEET UG- ୨୦୨୬ ପୁନଃପରୀକ୍ଷା । ଏନେଇ କରାଯାଇଛି ଘୋଷଣା। ପ୍ରଶ୍ନପତ୍ର ଲିକ୍ କାରଣରୁ ରଦ୍ଦ ହୋଇଥିଲା ପରୀକ୍ଷା। ନୂଆ ତାରିଖ ଘୋଷଣା କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA। ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ କରିଥିଲେ ଆନ୍ଦୋଳନ। ପୁନଃପରୀକ୍ଷା ପ୍ରକ୍ରିୟାକୁ ଅଧିକ କଠୋର କରାଯିବାକୁ ଧ୍ୟାନ ଦିଆଯାଇଥିବା ସୂଚନା ମିଳିଛି। 011-40759000 ଓ 011-69227700 ନମ୍ବର ଜରିଆରେ NTA ସହ ଯୋଗାଯୋଗ କରିବାକୁ କୁହାଯାଇଛି। ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଦେବେ NEET-UG ପରୀକ୍ଷା।
ସେପଟେ ନିଟ୍-ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ସଂଖ୍ୟ ବୃଦ୍ଧି । ପୁଣି ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ । ମହାରାଷ୍ଟ୍ରରୁ ଦୁଇଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତ ହେଲେ ଅହଲ୍ୟାନଗରରୁ ଧନଞ୍ଜୟ ଲୋଖଣ୍ଡେ ଏବଂ ପୁଣେରୁ ମନୀଷା ୱାଘମାରେ। ଏହାକୁ ମିଶାଇ ୭ରେ ପହଞ୍ଚିଛି ଗିରଫଙ୍କ ସଂଖ୍ୟା । ଦେଶର ୧୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ମାମଲାରେ ସାମ୍ନାକୁ ଆସିଛି ହ୍ୱାଟସ୍ଆପ୍ ଏବଂ ଟେଲିଗ୍ରାମ ଜରିଆରେ ପେପର ଲିକ୍ର ସାଂଘାତିକ ସତ ।

