spot_img

Latest Posts

ଅଡୁଆରେ ଇସ୍ରାଏଲ ପିଏମ l ଦୁର୍ନୀତି ଅଭିଯୋଗ ମାମଲାର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ:  ପଶ୍ଚିମ ଏସିଆ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଲାଗି ବଢ଼ିଲା ଅଡୁଆ l ଜେରୁଜେଲମ ଡିଷ୍ଟ୍ରିକ୍ଟ କୋର୍ଟରେ ଆଜି ହେବ ନେତାନ୍ୟାହୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାର ଶୁଣାଣି l ଇରାନ ବିରୋଧୀ ଯୁଦ୍ଧ ପରିପ୍ରେକ୍ଷୀରେ ଲଗୁ ଜରୁରୀକାଳୀନ କଟକଣା ପ୍ରତ୍ୟାହାର ହେବା ପରେ ମାମଲାର ଶୁଣାଣି ହେବ l ଏହି କଟକଣା ଯୋଗୁ ବିଚାର ବିଭାଗ କାର୍ଯ୍ୟ ବି ଠପ୍ ହୋଇଥିଲା l ଇସ୍ରାଏଲର ଏକ ନ୍ୟୁଜ ସଂସ୍ଥା ପକ୍ଷରୁ ତାଙ୍କ ସପକ୍ଷରେ ଖବର ପ୍ରସାରଣ ଲାଗି ବ୍ୟବସ୍ଥା କରିବା ସଂକ୍ରାନ୍ତ ଦୁଇଟି ଅଭିଯୋଗ ଏବଂ ରାଜନୈତିକ ଅନୁଗ୍ରହ ହାସଲ କରିବା ଲାଗି ବିଭିନ୍ନ କୋଟିପତିଙ୍କଠାରୁ ପ୍ରାୟ 2 ଲକ୍ଷ 60 ହଜାର ଡଲାରର ଉପହାର ହାସଲ କରିବା l ନେତାନ୍ୟାହୁଙ୍କ ବିରୋଧରେ ଥିବା ଚତୁର୍ଥ ମାମଲା ରଦ୍ଦ ହୋଇସାରିଛି l ଇସ୍ରାଏଲ ଇତିହାସରେ ପଦବୀରେ ଥାଇ ଦୁର୍ନୀତି ମାମଲାରେ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେବା କ୍ଷେତ୍ରରେ ନେତାନ୍ୟାହୁ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ l ତାଙ୍କ ବିରୋଧରେ 2019ରୁ ଏସଂକ୍ରାନ୍ତ ମାମଲା ଦାୟର ହୋଇଥିଲା l ଗତବର୍ଷ ଅକ୍ଟୋବରରେ ନେତାନ୍ୟାହୁଙ୍କ ରାଜକ୍ଷମା ପ୍ରଦାନ କରିବା ଲାଗି ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ ହେରଜୋଗଙ୍କୁ ଅନୁରୋଧ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ l

Latest Posts

Don't Miss