spot_img

Latest Posts

ମହାରାଷ୍ଟ୍ର ଦିନ୍ଦୋରିରେ ଅଘଟଣ ; କୂଅରେ କାର୍ ପଡ଼ି ୯ ଜଣଙ୍କର ମୃତ୍ୟୁ

ମୁମ୍ବାଇ : ମହାରାଷ୍ଟ୍ର ଦିନ୍ଦୋରିରେ ଅଘଟଣ। କୂଅରେ ପଡ଼ିଗଲା କାର। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ରାତି ୧୦ଟାରେ ଘଟିଛି ଅଘଟଣ। ଡୁବି ଯାଇଥିବା କାରଟି ହେଉଛି ମାରୁତି XL6। ମୃତକମାନେ ହେଉଛନ୍ତି ଦିନ୍ଦୋରି ଅନ୍ତର୍ଗତ ଶିବାଜୀ ନଗର ଅଞ୍ଚଳର। ଖବର ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ୨ଟି ହାଇଡ୍ରା କ୍ରେନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।

ସମସ୍ତ ମୃତକ ମହାରାଷ୍ଟ୍ର ନାସିକ ଜିଲ୍ଲାର ଦିନ୍ଦୋରି ତାଲୁକା ଅନ୍ତର୍ଗତ ଇନ୍ଦୋର ଗ୍ରାମର। ସମସ୍ତ ମୃତଦେହ କୂଅରୁ ଉଦ୍ଧାର କରାଯିବା ସହ ଦିନ୍ଦୋରି ସରକାରୀ ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଛି। ଘଟଣାର ତଦନ୍ତ କରୁଛି ପୋଲିସ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି।

Latest Posts

Don't Miss