spot_img

Latest Posts

ଆଫଗାନିସ୍ତାନରେ ବଡ଼ଧରଣର ଭୂକମ୍ପ ; ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା

ନନ୍ଦିଘୋଷ ବ୍ୟୁରୋ : ଆଫଗାନିସ୍ତାନରେ ବଡ଼ଧରଣର ଭୂକମ୍ପ । ଏହାର ପ୍ରଭାବ ବି ପଡ଼ିଛି ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୫.୯ । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ଘଟିଥିଲା। ଭୂକମ୍ପରେ ଆଫଗାନିସ୍ତାନରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଭୂକମ୍ପ ଆତଙ୍କରେ ଘରୁ ପଦାକୁ ଆସିବା ଦେଖାଯାଇଥିଲା। ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। କିଛି ଘର ବି ଭୁଶୁଡ଼ିଥିବା ଜଣାଯାଇଛି।

ପାକିସ୍ତାନର ଇସଲାମାବାଦା, ପଞ୍ଜାବ, ଖାଇବର ପାଖତୁନଖ୍ବା, ପେଶୱାର ବି ଭୂକମ୍ପର ପ୍ରଭାବ ପଡ଼ିଛି। ରାତି ପ୍ରାୟ ୯.୫୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ଦିଲ୍ଲୀ-ଏନସିଆର, ଡେରାଡୁନ, ନୋଏଡା, ଚଣ୍ଡୀଗଡ଼, ଲୁଧିଆନା, ପୁଞ୍ଚ, ଉଦ୍ଧମପୁର, ଶ୍ରୀନଗର ଆଦି ଅଞ୍ଚଳରେ ପରିଲକ୍ଷିତ ହୋଇଥିଲା। ବହୁତଳ ପ୍ରାସାଦଗୁଡିକରେ ଭୂକମ୍ପର ଜୋରଦାର ପ୍ରଭାବ ଅନୁଭୂତ ହୋଇଥିଲା।

Latest Posts

Don't Miss