ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆ ସଙ୍କଟ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ଼ ବୟାନ। ଆଣବିକ ଅସ୍ତ୍ର ନିର୍ମାଣ ଇରାନ କେବେ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ବିଷୟ କହିଛନ୍ତି ଟ୍ରମ୍ପ । ଆଣବିକ ଅସ୍ତ୍ର ନିର୍ମାଣ ଇରାନ କରିବ ନାହିଁ ବୋଲି ଟ୍ରମ୍ପ ଆଗରୁ ଯେଉଁ ବୟାନ ଦେଉଥିଲେ ତାହା ପୁଣି ଗୁରୁତ୍ବ ବହନ କରିଛି । ଓଭାଲ ଅଫିସରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି- ଇରାନ ସହ ହୋଇଥିବା ଯୁଦ୍ଧରେ ଆମେରିକାର ବିଜୟ ହୋଇ ଛି। ଇରାନର ଏହି ପଦକ୍ଷେପ ଆମେରିକା ଲାଗି ଏକ ବଡ଼ ପୁରସ୍କାର ସ୍ବରୂପ । ଇରାନର ଏହି ପ୍ରତିଶ୍ରୁତି ହର୍ମୁଜ ପ୍ରଣାଳୀ ସଙ୍କଟ ଟାଳିବାରେ ସହଜ ହେବ ବୋଲି ସେ କହିଛନ୍ତି । ଇରାନର ଏହି ପ୍ରତିଶ୍ରୁତି ଏକ ସକାରାତ୍ମକ ଅବସ୍ଥା ସୃଷ୍ଟି କରିଛି ବୋଲି ଟ୍ରମ୍ପ କହିଥିବା ସତ୍ତ୍ବେ ଏସମ୍ପର୍କରେ ସେ ସବିଶେଷ କହିନାହାନ୍ତି ।
ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଲାଗି ଇରାନକୁ ଟ୍ରମ୍ପ ଦେଇଛନ୍ତି ୧୫ ସୂତ୍ରୀ ପ୍ରସ୍ତାବ। ସେଗୁଡିକ ହେଲା-
-ତେହରାନର ଆଣବିକ କାର୍ଯ୍ୟକ୍ରମ ବାତିଲ
-ଇରାନ ଆଣବିକ କାର୍ଯ୍ୟକ୍ରମ କେବେ ନକରିବା
-ୟୁରାନିୟମ ଏନରିଚମେଣ୍ଟ ଫାସିଲିଟିଗୁଡିକୁ ନିଷ୍କ୍ରିୟ କରିବା
-IAEAକୁ ସମୃଦ୍ଧ ୟୁରାନିୟମ ହସ୍ତାନ୍ତର
-ନାଟାଞ୍ଜ, ଇସଫାହାନ, ଫୋର୍ଦ୍ଦୋ ଆଣବିକ କେନ୍ଦ୍ରକୁ ବନ୍ଦ କରିବା
-ଆଣବିକ ତଦାରଖ ଲାଗି IAEAକୁ ଅନୁମତି ଦେବା
-ଛାୟା ସଂଗଠନଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ବନ୍ଦ
-ଆଞ୍ଚଳିକ ସଂଗଠନଗୁଡ଼ିକ ସହ ସମ୍ପର୍କ ଛିନ୍ନ
-ହର୍ମୁଜ ପ୍ରଣାଳୀକୁ ତୁରନ୍ତ ଖୋଲିବା
-ଇରାନର ମିସାଇଲ କ୍ଷମତା ବାତିଲେ ଓ ସାମରିକ ଭିତ୍ତିଭୂମି ହଟାଇବା
-ଭବିଷ୍ୟତରେ ମିସାଇଲର ବ୍ୟବହାର ଉପରେ ରୋକ୍
-ଅନ୍ତର୍ଜାତୀୟ ସମୁଦାୟ ଜରିଆରେ ଲାଗୁ କଟକଣା ହଟାଯିବ
-ବେସାମରିକ ଆଣବିକ କାର୍ଯ୍ୟକ୍ରମକୁ ଆମେରିକା ସହାୟତା କରିବ
-ସର୍ତ୍ତରୁ ଓହରିଲେ ପୁଣି ଲାଗୁ ହେବ କଟକଣା
-ସମସ୍ତ ପ୍ରକାର ଶାନ୍ତି କାର୍ଯ୍ୟକ୍ରମରେ ସହଯୋଗ

