ଦିଲ୍ଲୀ : ଦିଲ୍ଲୀରେ ଓଲଟିଲା ଡବଲ ଡେକର ବସ। ଦୁର୍ଘଟଣାରେ ୨ ମୃତ, ୨୩ ଆହତ। ଦିଲ୍ଲୀକାରୋଲବାଗ ଅନ୍ତର୍ଗତ ଝଣ୍ଡେବାଲା ମନ୍ଦିର ନିକଟରେ ଅଘଟଣ ଘଟିଛି। ବିଳମ୍ବିତ ରାତିରେ ରାଜସ୍ଥାନ ଜୟପୁରରୁ ଦିଲ୍ଲୀ ଆସୁଥିବା ବସ୍ ହେଲା ଦୁର୍ଘଟଣାର ଶିକାର। ବସରେଥଲେ ମୋଟ ୨୫ ଯାତ୍ରୀ। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ହୋଇଥିଲେ ସାମିଲ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଘଟଣାର ତଦନ୍ତ କରୁଛି ପୋଲିସ।

