ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵର ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ । ଦୁଇ ଯୁବକ ଗୁରୁତର । ଦୁଇ ଜଣ ନୂଆବଜାର ଅଞ୍ଚଳର ମନୋଜ କୁମାର ସାହୁ ଓରଫ ମୁନା ଓ କାର୍ତ୍ତିକ ପ୍ରସାଦ ଓରଫ ଗେଡୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ସୂଚନା । ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲ ସ୍ଥାନାନ୍ତର । ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ତେବେ ଦିନକୁ ଦିନ ବାଲେଶ୍ୱର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । କିଛିଦିନ ଅନ୍ତରାଳରେ ଅନେକ ବାର ବନ୍ଧୁକ ଫୁଟିବା ଘଟଣା ଏବେ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି।

