spot_img

Latest Posts

ଜ୍ୱାଇର ତଣ୍ଟି ଚିପି ହତ୍ୟା କରିଛି ଶ୍ବଶୂର…

କଣାସ : ଜ୍ୱାଇର ତଣ୍ଟି ଚିପି ହତ୍ୟା କରିଛି ଶ୍ବଶୂର । ପୋଲିସ ଆଗରେ ସ୍ବୀକାର କରିଛି ହତ୍ୟାକାରୀ ଶ୍ବଶୂର । ଅଭିଯୁକ୍ତ ଶ୍ବଶୂର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଖାଲମୁହାଣ ଗ୍ରାମର ମୋହନ ବେହେରା ଗିରଫ। ଜ୍ବାଇଁକୁ ତଣ୍ଟି ଚିପି ମାରିବା ପରେ ପ୍ରମାଣ ନଷ୍ଟ କରିବାକୁ ପୁରୀ କୋଣାର୍କ ମେରାଇନ ରୋଡର ନୁଆନାଇ ସେତୁ ଉପରୁ ନଦୀକୁ ଫିଙ୍ଗି ଦେଇଥିଲା। ଧରାପଡିଯିବା ଭୟରେ ଫେରାର ଥିଲା ଅଭିଯୁକ୍ତ ଶ୍ବଶୂର । ଗତ ଫେବୃଆରୀ ୯ ତାରିଖରେ ଗଡିଶାଗୋଦା ଥାନାରେ ସ୍ବାମୀଙ୍କୁ ଅପହରଣ ଅଭିଯୋଗ ଆଣିଥିଲେ ପତ୍ନୀ । ଶ୍ବଶୂର ଅପହରଣ କରିଥିବା ଅଭିଯୋଗ ଆଣିଥିଲେ । ଧରିବାକୁ ସ୍ଵନ୍ତ୍ରତ ଟିମ୍ ଗଠନ କରିଥିଲା ପୋଲିସ। ଟ୍ରେନରେ ଚେନ୍ନାଇରୁ ଫେରୁଥିବା ବେଳେ ନିରାକାରପୁର ରେଳ ଷ୍ଟେସନରୁ ମୁଖ୍ୟ ଅଭିଯୁକ୍ତକୁ ମାଡ଼ି ବସିଥିଲା ପୋଲିସ। ପୋଲିସ ଆଗରେ ସତ ଉଗାରିଥିଲା ଅଭିଯୁକ୍ତ । ହେଲେ ଶବର ସନ୍ଧାନ ପାଉନି ପୋଲିସ । ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ। କନ୍ଧମାଳ କୁରୁକୁଡୁପା ଗାଁର ସିବର୍ ଦିଗଲ ଙ୍କ ସାନପୁଅ ଫିଲମ୍ୟାନକୁ ପ୍ରେମ ବିବାହ କରିଥିଲେ ଝିଅ ଝାନସି। ବିବାହକୁ ସ୍ବୀକାର କରିନଥିଲା ଅଭିଯୁକ୍ତ । ଅନ୍ୟ ସହଯୋଗୀଙ୍କ ସହ ମିଶି ହତ୍ୟା କରିଥିଲା ।ଏବେ ଅଟୋ ଚାଳକକୁ ଖୋଜୁଛି ପୁଲିସ । ଘଟଣାରେ ପୂର୍ବରୁ ଦୁଇ ଜଣକୁ ଗିରଫ କରୁଥିଲା ପୋଲିସ…

Latest Posts

Don't Miss