spot_img

Latest Posts

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ; ଆସନ୍ତା ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ। ଆସନ୍ତା ଫେବ୍ରୁଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଓଡ଼ିଶାର ୪ ଆସନ ଲାଗି ହେବ ନିର୍ବାଚନ। ୧୦ ରାଜ୍ୟର ୩୭ ଆସନ ଲାଗି ହେବ ରାଜ୍ୟସଭା ନିର୍ବାଚନ। ମାର୍ଚ୍ଚ ୫ ନାମାଙ୍କନର ଶେଷ ତାରିଖ ରହିଛି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ପୂର୍ବରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ନିର୍ବାଚନ କମିଶନ। ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଥିଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ ୧୦ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ନିକଟକୁ ଚିଠି ଲେଖିଥିଲେ ନିର୍ବାଚନ କମିଶନ। ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ। ଏପ୍ରିଲ ୨ରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ଯକାଳ। ମହାରାଷ୍ଟ୍ରର ୭, ତାମିଲନାଡୁର ୬, ବିହାରର ୫, ପଶ୍ଚିମବଙ୍ଗର ୫, ଆସାମର ୩, ତେଲଙ୍ଗାନାର ୨, ଛତିଶଗଡ଼ର ୨, ହରିଆଣାର ୨, ହିମାଚଳ ପ୍ରଦେଶର ଗୋଟିଏ ଆସନ ଲାଗି ମଧ୍ୟ ହେବ ନିର୍ବାଚନ।

Latest Posts

Don't Miss