spot_img

Latest Posts

ରୋଗଶଯ୍ୟାରେ ବଢିଲା ପୁଅ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରୋଗଶଯ୍ୟାରେ ବଢିଲା ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସରବନ୍ତ ଗାଁର ତୋଫାନ କାଣ୍ଡି । ବୟସ ମାତ୍ର ୨୫ ବର୍ଷ । ୨ ମାସ ହେଲାଣି ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତୋଫାନଙ୍କ ଦୁଇଟି ଜାକ କିଡନୀ ନଷ୍ଟ ହୋଇଯାଇଛି । କିଡନୀ ପ୍ରତିରୋପଣ ପାଇଁ ପାଖାପାଖି ୩୦ ଲକ୍ଷ ଟଙ୍କା ଆବଶ୍ୟକ । ତୋଫାନଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ହେଉନି । ଏପରି ସ୍ଥିତିରେ କିପରି ହେବ ପୁଅର ଚିକିତ୍ସା ତାକୁ ନେଇ ଚିନ୍ତାରେ ପୂରା ପରିବାର ।

ବଢିଲା ପୁଅକୁ ରୋଗଶଯ୍ୟାରେ ଦେଖି ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବେଶ । ଯାହାକୁ ଦେଖି ସାଧାରଣ ଲୋକ ଧର୍ଯ୍ୟ ଧରି ପାରିବା ନାହିଁ । ଏପରି ସ୍ଥିତିରେ ତୋଫାନଙ୍କ ଚିକିତ୍ସା ନିମନ୍ତେ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ଲୋଡ଼ିଛନ୍ତି ପରିବାର ଲୋକେ । ତୋଫାନଙ୍କ ଚିକିତ୍ସା ନିମନ୍ତେ ପ୍ରଶାସନ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

Latest Posts

Don't Miss