ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଅଗ୍ରାହ୍ୟ ପ୍ରସଙ୍ଗ। ଆଜି ମାମଲାର ପୁଣି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ। ଚେକ ବାଉନ୍ସ ମାମଲାରେ ଗତ ୧୨ରେ ଜାମିନ ଆବେଦନ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଚେକ ଦେଇଥିବା ସତ୍ତ୍ବେ ନିଜ ପ୍ରତିଶ୍ରୁତି ପୂରଣ କରି ନଥିବାରୁ କୋର୍ଟ ହୋଇଥିଲେ କ୍ଷୁବ୍ଧ। ୨୦୧୦ରେ ସେ ମୁରଲି ପ୍ରୋଜେକ୍ଟସ କମ୍ପାନୀରୁ ୫ କୋଟି ଟଙ୍କା ଲୋନ ଆଣି ଶୁଝି ନଥିଲେ। ପରେ ତାହା ୯ କୋଟି ଟଙ୍କା ହୋଇଥିଲା। ଗତ ୫ ତାରିଖରେ- ଆତ୍ମସମର୍ପଣ ପରେ ତିହାର ଜେଲ ଯାଇଥିଲେ ରାଜପାଲ। ସେହିଦିନଠାରୁ ତିହାର ଜେଲରେ ଅଛନ୍ତି ରାଜପାଲ। ତେବେ ତାଙ୍କୁ ସହାୟତା କରିବା ଲାଗି ବଲିଉଡ ଜଗତ ଆଗେଇ ଆସିଛି।

