spot_img

Latest Posts

ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନ…

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରକୁ ରାଜ୍ଯ ସରକାର କିଛି ପ୍ରସ୍ତାବ ଦେଇଛନ୍ତି କି? ଯଦି ହଁ ତାହେଲେ ଗତ ୩ ବର୍ଷରେ କେତୋଟି ପ୍ରସ୍ତାବ ବାବଦରେ କେତେ ଅର୍ଥ ପ୍ରଦାନ କରିଛନ୍ତି? ଆକାଂକ୍ଷୀ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର କଣସବୁ ପଦକ୍ଷେପ ନେଇଛନ୍ତି? ଆଜି ରାଜ୍ଯସଭାରେ ଅଣତାରକା ପ୍ରଶ୍ମ ଜରିଆରେ କେନ୍ଦ୍ର ଯୁବ ବ୍ଯାପାର ଓ କ୍ରୀଡ଼ା ମନ୍ତ୍ରୀଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଲିଖିତ ଜବାବରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ଯ କହିଛନ୍ତି, କ୍ରୀଡ଼ା ହେଉଛି ରାଜ୍ଯ ବିଷୟ। କ୍ରୀଡ଼ା ଭିତ୍ତିଭୂମି ବିକାଶ କରିବା ରାଜ୍ଯ ସରକାରଙ୍କ ଦାୟିତ୍ବ। ଏପରିକି କୌଣସି ଷ୍ଟାଡିୟମର ପୁନରୁଦ୍ଧାର ଓ ଅପଗ୍ରେଡେସନ ରାଜ୍ଯ ସରକାରଙ୍କ ପରିସରଭୁକ୍ତ। କେନ୍ଦ୍ର ସରକାର ରାଜ୍ଯମାନଙ୍କ ପ୍ରସ୍ତାବ ଆଧାରରେ ଆର୍ଥିକ ସହାୟତା ପାଇଁ କ୍ରିଟିକାଲ ଗ୍ଯାପ ଫଣ୍ଡିଂ କରିଥାନ୍ତି। ଖେଲୋ ଇଣ୍ଡିଆ ଓ ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠି ଅନ୍ତର୍ଗତ ଓଡ଼ିଶାକୁ ଗତ ୩ ବର୍ଷରେ ମୋଚ ୬ ହଜାର ୬୨୧ କୋଟି ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିରୁ ମୋଟ ୬ ହଜାର ୩୪୬ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Latest Posts

Don't Miss