spot_img

Latest Posts

ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ମରୁଡି, ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ସମ୍ବଲପୁର ଜିଏମ କଲେଜ୍

ସମ୍ବଲପୁର : ନାଁକୁ ଚାଲିଛି ଉଚ୍ଚଶିକ୍ଷା । ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ମରୁଡି । ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟ । ଚିନ୍ତାରେ ଛାତ୍ରଛାତ୍ରୀ । ପଶ୍ଚିମ ଓଡ଼ିଶାର ଶିକ୍ଷାର ହବ୍ ପାଲଟିଥିବା ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ଯେତିକି ଅଧ୍ୟାପକ ରହିବା କଥା ତାଠୁ ୫୦ ପ୍ରତିଶତ କମ ଅଧ୍ୟାପକ ରହିଛନ୍ତି । ଆଗକୁ କେମିତି ଅବିଭାବକ ଏହି ବିଶ୍ଵ ବିଦ୍ୟାଳୟକୁ ଭରଷା କରିବେ ସେନେଇ ଦେଖାଦେଇଛି ସନ୍ଦେହ । ତେଣୁ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରି ଆବଶ୍ୟକ ଅଧ୍ୟାପକ ନିଯୁକ୍ତ କରିବାକୁ ଦାବି କରିଛନ୍ତି ଛାତ୍ର ଛାତ୍ରୀ ।
ପଶ୍ଚିମ ଓଡ଼ିଶାରେ ଶିକ୍ଷାର ଅଭିବୃଦ୍ଧି ପାଇଁ ପୂର୍ବତନ ବିଜେଡ଼ି ସରକାର ଗଙ୍ଗାଧର ମେହେର କଲେଜକୁ ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟ କରାଇଥିଲେ । ସେହି ସମୟରେ ଶିକ୍ଷାର ବିକାଶ ପାଇଁ ଅନେକ ବିକାଶ କରାଯାଇଥିଲା । କିନ୍ତୁ ସରକାର ପରିବର୍ତ୍ତନ ପରେ ଆଜି ଯାଏ ସ୍ଥାୟୀ କୁଳପତି ଟିଏ ପାଇପାରିନାହିଁ ଏହି ବିଶ୍ଵ ବିଦ୍ୟାଳୟ । ଫଳରେ ବିନା କୁଳପତିରେ କେମିତି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ଛାତ୍ରୀ ।

Latest Posts

Don't Miss