spot_img

Latest Posts

କନ୍ଦାଉଛି ନେଟୱର୍କ, ସିଗନାଲ ପାଇଁ କିଏ ଗଛରେ ତ କିଏ ଛାତ ଉପରେ

ଧର୍ମଗଡ : ମିଳୁନି ସିଗନାଲ, କନ୍ଦାଉଛି ନେଟୱର୍କ । ସିଗନାଲ ପାଇଁ କିଏ ଗଛ ଉପରେ ତ କିଏ ଗଛ ତଳେ ବସୁଛି । ଆଉ କିଏ ଛାତରେ ଚଢିଲାଣି ତ ଆଉ କେଉଁଠି ପଲିଥିନରେ ଓହଳିଛି ମୋବାଇଲ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ଆସିଛି ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଉପାନ୍ତ ଖଲିଗଡ଼ ଗାଁକୁ ଆଜି ଯାଏଁ ପହଞ୍ଚିନି ମୋବାଇଲ ସେବା । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।..
ଖଲିଗଡ଼ ଗାଁରେ BSNL ଟାୱାର ବସିଥିଲେ ସୁଦ୍ଧା ଲୋକଙ୍କୁ ନେଟୱର୍କ ମିଳୁନି । ଗ୍ରାମବାସୀ ମୋବାଇଲ ସେବା ପାଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁତର ରୋଗୀଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଡାକିବା ପାଇଁ ହେଉ କି ଶିକ୍ଷକଙ୍କୁ ଏମଡିଏମ ରିପୋର୍ଟ ଦେବା ପାଇଁ ହେଉ ସମସ୍ତେ କାନ୍ଦୁଛନ୍ତି । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଯଥା ପୂର୍ବଂ ତଥା ପରଂ । ଆଜି ବି କଳାହାଣ୍ଡି ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚି ପାରିନାହିଁ । କେବେ ଖଲିଗଡ଼ ଗ୍ରାମବାସୀଙ୍କ ଦୁଃଖ ଦୂର ହେଉଛି ତାକୁ ହିଁ ଅପେକ୍ଷା ।

Latest Posts

Don't Miss