spot_img

Latest Posts

ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ବଢ଼ିଲା ଛାତ୍ର ଅଶାନ୍ତି: ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ

ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ବଢ଼ିଲା ଛାତ୍ର ଅଶାନ୍ତି । କୁଳପତି ଓ କୁଳସଚିବଙ୍କୁ ଘେରାଉ । ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ । ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟକୁ ବିତିଲାଣି ୩ ବର୍ଷ । ତଥାପି ଛାତ୍ରଛାତ୍ରୀଙ୍କୁ ମିଳୁନି କୌଣସି ମୌଳିକ ସୁବିଧା । ସେମିଷ୍ଟାର ପରୀକ୍ଷାରେ ବିଭ୍ରାଟ ଥିବା ବେଳେ ବେକ୍ ପେପର ରେଜଲ୍ଟ ପ୍ରକାଶ କରୁନାହାନ୍ତି ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ । ପ୍ରଥମ ସେମିଷ୍ଟାର ପରୀକ୍ଷା ଠାରୁ ଆରମ୍ଭ କରି ପଞ୍ଚମ ସେମିଷ୍ଟାର ପର୍ଯ୍ୟନ୍ତ ରେଜଲ୍ଟ ନ ଆସିଥିବାରୁ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ସାର୍ଟିଫିକେଟ ମଧ୍ଯ ପ୍ରଦାନ କରାଯାଉ ନାହିଁ । ଯାହା ଫଳରେ ଉଚ୍ଚଶିକ୍ଷାରୁ ବଂଚିତ ହେବା ଆଶଂକା ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଫି ଆଦାୟ କରାଯାଉଛି କିନ୍ତୁ ସୁରକ୍ଷା ଓ ମୌଳିକ ସମସ୍ଯା ପ୍ରତି ଧ୍ୟାନ ଦିଆଯାଉ ନାହିଁ । ଏହାର ପ୍ରତିବାଦ କରି ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକକୁ ଚାବି ପକାଇ କୁଳପତି ଓ କୁଳ ସଚିବଙ୍କୁ ଘୋରାଉ କରିଛନ୍ତି । ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳକୁ ବ୍ଯାପକ କରିବାକୁ ଚେତାବନୀ ଦେଇଛନ୍ତି ।

ପରୀକ୍ଷାରେ ବିଭ୍ରାଟ ସାଙ୍ଗକୁ ଅଧ୍ୟାପକ ନିଯୁକ୍ତି ଏମତି ୧୫ଟି ଦାବୀ ନେଇ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ସେପଟେ ଛାତ୍ରଛାତ୍ରୀଙ୍କ ସମସ୍ତ ସମସ୍ୟା ପ୍ରତି ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି କୁଳ ସଚିବ । ଖୁବଶୀଘ୍ର ସବୁ ସମସ୍ଯାର ସମାଧାନ ହେବ । ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶ୍ବ ବିଦ୍ୟାଳୟର ଭିତ୍ତିଭୁମି ନେଇ ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଆସିଛି । ତୁରନ୍ତ ଭିତ୍ତିଭୁମି ନିର୍ମାଣ କରାଯିବାର ବ୍ୟବସ୍ଥା କରାଯିବ । ତେଣୁ ଆନ୍ଦୋଳନ ନକରି ସହଯୋଗ କରିବାକ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି ରେଜିଷ୍ଟ୍ରାର । ୩ ବର୍ଷ ତଳେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦେଇଥିଲେ । ହେଲେ ସରକାର ବଦଳିବା ପରେ ବିଶ୍ବବିଦ୍ୟାଳୟକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

Latest Posts

Don't Miss