spot_img

Latest Posts

ନୟାଗଡ ରିଜର୍ଭ ପୋଲିସରେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ

ନୟାଗଡ ରିଜର୍ଭ ପୋଲିସରେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ । ମୃତକ ହେଲେ ସୁନୀଲ ସେଠୀ । ୨୦୨୩ ବ୍ୟାଚରେ ପୋଲିସ ବିଭାଗରେ ନିଯୁକ୍ତି ପାଇ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ଏହା ସହିତ ଅବକାରୀ ବିଭାଗରେ ମଧ୍ୟ କାର୍ଯ୍ୟ କରୁଥିଲେ । ଗତ କିଛିଦିନ ହେବ ନୟାଗଡ ରିଜର୍ଭ ପୋଲିସରେ କାର୍ଯ୍ୟ କରୁଥିଲେ । ହେଲେ ଆଜି ସକାଳୁ ତାଙ୍କ ମୃତ୍ୟୁଦେହ ପୋଲିସ ବାରାକ ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ନୟାଗଡ ଆରକ୍ଷୀ ଅଧିକାରୀ ଓ ଜିଲ୍ଲାପାଳ ପହଂଚି ଘଟଣାକୁ ଅନୁଧ୍ୟାନ କରିବା ସହିତ ତଦନ୍ତ ଚଲାଇଛନ୍ତି । ମୃତ ସୁନୀଲଙ୍କ ନିର୍ବନ୍ଧ ସରିଥିବା ବେଳେ ଆଉ ଦିନ କେଇଟା ପରେ ବିବାହ ହୋଇଥାନ୍ତା । ମୃତଦେହ ନିକଟରେ ପୋଲିସ ବିଭାଗ ପକ୍ଷରୁ ଦିଆଯାଇଥିବା ବନ୍ଧୁକ ଏବଂ ଗୁଳି ପଡିଛି । ଯାହାକୁ ନେଇ ସସପେନ୍ସ ବଢୁଛି ।… ବହୁ ଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାର ମୃତକଙ୍କ ବାପାମାଆଙ୍କ ପିଏସଓ ଥିଲେ ମୃତ କନଷ୍ଟେବଳ ସୁନୀଲ ସେଠୀ ।

Latest Posts

Don't Miss