spot_img

Latest Posts

ବଜେଟ ଅଧିବେଶନ ବିଜ୍ଞପ୍ତି ପରେ ରାଜନୀତି ଉଷ୍ଣ, ସଜବାଜ ହେଲେଣି ବିରୋଧୀ ଓ ଶାସକ

ଭୁବନେଶ୍ୱର : ଫେବୃୟାରୀ ୧୭ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ମୋଟ ୨୮ଟି କାର୍ଯ୍ୟଦିବସ ରହିଛି l ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୭ରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ କମ୍ଭମପାଟିଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ୨୦ ତାରିଖରେ ୨୦୨୬-୨୦୨୭ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରଙ୍କୁ ଘେରିବାକୁ ସଜବାଜ ଆରମ୍ଭ କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ l ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଧାନ ବିକ୍ରି, ଚାଷୀ, ଆଇନ ଶୃଙ୍ଖଳା, ଆର୍ଥିକ ପରିଚାଳନା, ମହାନଦୀ, କୋଟିଆ ଭଳି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବୁ l କଂଗ୍ରେସ କହିଛି, ବିଜେପି ସରକାରର ବିଫଳତା ଗୃହରେ ଉଠାଇବୁ। ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ଠକିଥିବାର ଅଭିଯୋଗ କରିଛି କଂଗ୍ରେସ l

ବଜେଟ ଅଧିବେଶନକୁ ନେଇ ବିରୋଧୀ ଦଳକୁ କାଉଣ୍ଟର ଜବାବ ଦେବାକୁ ଶାସକ ଦଳ ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି l ବିଧାୟକଙ୍କ ଦରମା ଅହେତୁକ ଭାବେ ବୃଦ୍ଧି କରି ଜନ ଆକ୍ରୋଶର ଶିକାର ହୋଇଥିବା ବିଜେପି ସରକାର ଦରମା କମାଇବା ପାଇଁ ପୁନଃ ବିଚାର ବିଲ ଆଣିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦରେ ପଡିଛି l ବିଧାୟକ ଦରମା ବୃଦ୍ଧି କମିଟିର ଅଧକ୍ଷ ଭାସ୍କର ମଢେଇ ଚଳିତ ଅଧିବେଶନରେ ବିଲ ଆସିବ ବୋଲି କହୁଥିବା ବେଳେ ସଂସଦୀୟ ମନ୍ତ୍ରୀ କିନ୍ତୁ ଭିନ୍ନ ଯୁକ୍ତି ବାଢିଛନ୍ତି l

Latest Posts

Don't Miss