spot_img

Latest Posts

ପ୍ରାୟ ୫୦ ବର୍ଷ ପରେ ନାସାର ହେବ ମୁନ ମିସନ ; ଚନ୍ଦ୍ରକୁ ଯିବେ ମହାକାଶଚାରୀ

ନନ୍ଦିଘୋଷ ବ୍ୟୁରୋ: ପ୍ରାୟ ୫୦ ବର୍ଷ ପରେ ନାସାର ହେବ ମୁନ ମିସନ। ଫ୍ଲୋରିଡାର କେପ କାନାଭେରାଲରୁ ଯିବେ ଆଷ୍ଟ୍ରୋନଟ। ୯୮ ମିଟର ଦୀର୍ଘ ସ୍ପେସ ଲଞ୍ଚ ସିଷ୍ଟମ ଜରିଆରେ ଯିବେ ଯାତ୍ରୀ। ପ୍ରାୟ ୧୦ ଦିନ ଲାଗି ଆର୍ଟେମିସ-୨ ମିଶନରେ ଯିବେ ମହାକାଶଚାରୀ। ୪ ମହାକାଶଚାରୀ ହେଲେ ରେଡ ୱାଇଜମେନ, ଭିକ୍ଟର ଗ୍ଲୋଭର, ଖ୍ରୀଷ୍ଟିନା କୋଚ ଓ ଜେରେମି ହାନସେନ। ୧୯୭୨ ଡିସେମ୍ବରରେ ଶେଷ ଥର ଲାଗି ଆପୋଲୋ-୧୭ରେ ଚନ୍ଦ୍ରକୁ ଯାଇଥିଲେ ଯାତ୍ରୀ। ଏହି ଅଭିଯାନ ପରେ ୨୦୨୭ରେ ଆର୍ଟେମିସ ୩ ଅଭାଯାନ ହେବ।

ଚନ୍ଦ୍ର ପୃଷ୍ଠକୁ ଯିବା ପୂର୍ବରୁ ପୃଥିବୀର କକ୍ଷ ପଥରେ ଦୁଇଦିନ ଲାଗି ଘୂରିବ ଆର୍ଟେମିସ-୨। ଏହି ମିସନ ଲାଗି ୟୁରୋପିଆନ ସ୍ପେସ ଏଜେନ୍ସି ଯୋଗାଇଛି ୟୁରୋପିଆନ ସର୍ଭିସ ମଡ୍ୟୁଲ ଯାହାକି ଲାଇଫ ସପୋର୍ଟ ସିଷ୍ଟମ, ପାୱାର ଓ ପ୍ରପଲସନ ଲାଗି ସହାୟତା ହେବ। ଆସନ୍ତା ଫେବ୍ରୁଆରୀ ୬ରେ ଆରମ୍ଭ ହେବ ମିଶନ।

Latest Posts

Don't Miss