spot_img

Latest Posts

ତେଲଙ୍ଗାନାରେ ଅଭାବନୀୟ ଘଟଣା: ଏକ ସପ୍ତାହରରେ ୫୦୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ହତ୍ୟା

ତେଲଙ୍ଗାନାରେ ଅଭାବନୀୟ ଘଟଣା। ଗତ ଏକ ସପ୍ତାହରରେ ବିଭିନ୍ନ ଗ୍ରାମରେ ୫୦୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ହତ୍ୟା। ଗ୍ରାମ ପଞ୍ଚାୟତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଏହି ସମୂହ କୁକୁର ହତ୍ୟା କରାଯାଇଛି। କାମାରେଡ୍ଡୀ ଜିଲ୍ଲାର ଭବାନୀପେଟ, ପୁଲୱାଞ୍ଚା, ଫରିଦପେଟ, ୱାଦି, ବନ୍ଦାରାମେଶ୍ବରପଲ୍ଲୀରେ ଏହି କୁକୁରଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରାଣୀ କଲ୍ୟାଣ କର୍ମୀ ଅଦୁଲପୁରମ ଗୌତମ। ବିଶେଷ କରି ସରପଞ୍ଚମାନଙ୍କ ଜରିଆରେ ଏହି ହତ୍ୟା କରାଯାଉଥିବା ଜଣାଯାଇଛି।

ଏହି ଘଟଣାରେ ୫ଜଣ ସରପଞ୍ଚ ଓ ୬ ଜଣ ସାଧାରଣ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହି ଅଭିଯାନ କ୍ରମେ କୁକୁରମାନଙ୍କୁ ବିଷାକ୍ତ ଇଞ୍ଜେକସନ ଦେଇ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ନିଷ୍ଠୁରତାର ଏକ ନିଦର୍ଶନ ବୋଲି କୁହାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ମୃତ କୁକୁରଗୁଡିକର ପୋଷ୍ଟମର୍ଟମ ଲାଗି ପୋତାଯାଇଥିବା ମୃତଦେହଗୁଡିକୁ ପୁଣି ମାଟିରୁ ବାହାର କରାଯାଇଛି। ଭିସେରା ନମୁନାକୁ ଫରେନସିକ ସାଇନ୍ସ ଲାବରେଟୋରୀକୁ ପଠାଯାଇଛି। ଗତ ଡିସେମ୍ବରରେ ହୋଇଥିବା ନିର୍ବାଚନରେ କିଛି ପ୍ରାର୍ଥୀ ସ୍ଥାନୀୟ ଅଞ୍ଚଳରେ କୁକୁର ଓ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ରୋକିବା ଦିଗରେ ପଦକ୍ଷେପ ନେବା ଲାଗି ପ୍ରତିଶ୍ରୁତି ଦେଇଥିଲେ। କିଛିଦିନ ତଳେ ଶ୍ୟାମପେଟରେ ୩୦୦କୁକୁରଙ୍କୁ ବିଷ ଦେବା ଘଟଣାରେ ୨ ମହିଳାଙ୍କ ସମେତ ୯ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗତ ମଙ୍ଗଳବାର ବୁଲାକୁକୁର ମାମଲାରେ ସୁପ୍ରିମକୋର୍ଟ କହିଥିଲେ- କୁକୁର କାମୁଡା କ୍ଷଟଣାରେ ଉଚ୍ଚ ପରିମାଣର କ୍ଷତିପୂରଣ ଦେବାକୁ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ।

Latest Posts

Don't Miss