spot_img

Latest Posts

ATMରୁ କ୍ୟାଶ ଉଠାଣ ହେଲା ମହଙ୍ଗା, କେତେ ଟଙ୍କା ବଢ଼ାଇଲା ବ୍ୟାଙ୍କ ?

ଆପଣ ଯଦି ଏସବିଆଇର ଗ୍ରାହକ ଓ ଅନ୍ୟ ବ୍ୟାଙ୍କର ଏଟିଏମରୁ କ୍ୟାଶ ଉଠାଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଅଧିକ ଖର୍ଚ୍ଚ କରିବାକୁ ଆପଣଙ୍କୁ ଏବେଠୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ନନ-ଏସବିଆଇ ଏଟିଏମରୁ ଅର୍ଥ ଉଠାଣ ଶୁଳ୍କ ବୃଦ୍ଧି କରିଛି । ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ ଏବେ ଗ୍ରାହକମାନେ ପ୍ରଭାବିତ ହେବେ । ଯେଉଁମାନେ ଅଧିକ ଥର ଏଟିଏମ ବ୍ୟବହାର କରନ୍ତି, ସେମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ବ୍ୟାଙ୍କ ଅନୁସାରେ, ଏଟିଏମ ଓ ଅଟୋମେଟେଡ ଡିପୋଜିଟ କମ୍ ଓ୍ବିଥଡ୍ରଲ ମେଶିନରେ ଲାଗୁଥିବା ଇଣ୍ଟରଚେଞ୍ଜ ଫିସରେ ବୃଦ୍ଧି କରାଯାଇଛି । ସେହି କାରଣରୁ ବ୍ୟାଙ୍କ ଏହି ସେବା ପାଇଁ ଚାର୍ଜ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ଇଣ୍ଟରଚେଞ୍ଜ ଫିସ ହେଉଛି ସେହି ଅର୍ଥ ଯାହା ଗୋଟିଏ ବ୍ୟାଙ୍କ ଦ୍ବାରା ଅନ୍ୟ ବ୍ୟାଙ୍କର ଏଟିଏମ ଉପଯୋଗ ପାଇଁ ଦିଆଯାଇଥାଏ ।

ଏସବିଆଇ ପକ୍ଷରୁ ସାଲାରୀ ଆକାଉଣ୍ଟ ରଖୁଥିବା ଗ୍ରାହକଙ୍କ ପାଇଁ ମଧ୍ୟ ନିୟମ ଲାଗୁ ହୋଇଛିୁ । ଏହା ପୂର୍ବରୁ ଏହି ଗ୍ରାହକଙ୍କୁ ଅଣ-ଏସବିଆଇ ଏଟିମରୁ ଅସୀମିତ ଫ୍ରି ଟ୍ରାଞ୍ଜାକସନ ସୁବିଧା ମିଳୁଥିଲା । ମାତ୍ର ଏବେ ତାହାକୁ ସମାପ୍ତ କରିଦିଆଯାଇଛି । ଏବେ ସାଲାରୀ ଆକାଉଣ୍ଟଧାରୀଙ୍କୁ ମାସରେ ମୋଟ ୧୦ ଥର ମାଗଣାରେ ନେଣଦେଣର ସୁବିଧା ମିଳିବ । ସେଥିରେ କ୍ୟାଶ ଉଠାଣ ଓ ବାଲାନ୍ସ ଚେକ୍ ସାମିଲ ରହିଛି । ଧାର୍ଯ୍ୟ ସୀମା ପରେ ପ୍ରତି ଟ୍ରାଞ୍ଜାକସନରେ ବ୍ୟାଙ୍କ ଦ୍ବାରା ସ୍ଥିରୀକୃତ ଚାର୍ଜ ଦେବାକୁ ପଡ଼ିବ । ସେମିଙ୍ଗ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ଫ୍ରି ଟ୍ରାଞ୍ଜାକସନକୁ ନେଇ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Latest Posts

Don't Miss