ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୪ଟି ସ୍ଥାନରେ ଚଢ଼ାଉ
ନନ୍ଦିଘୋଷ ବ୍ୟରୋ: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଯାଞ୍ଚ ଚଲାଇଛନ୍ତି । ଏଥିରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ଜଣେ ଏଏସଆଇ ଓ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି ।
ପିଇଓଙ୍କ ଘରେ ପଶିଲା ଭିଜିଲାନ୍ସ
ସେହିପରି କେନ୍ଦୁଝର ଭିଜିଲାନ୍ସ ଜାଲରେ ଆନନ୍ଦପୁର ହାଟଡିହି ବ୍ଲକ ବାଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନା । ଜିତେନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଚଢ଼ାଉରେ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

