spot_img

Latest Posts

ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟି ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ: ହତ୍ୟା ଅଭିଯୋଗ ଆଣିଲେ ଗୁରୁଙ୍କ ମଉସା

ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟି ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ଧାମନଗର ଥାନାରେ ପହଞ୍ଚି ଗୁରୁଙ୍କୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରି ଜଣାଇଛନ୍ତି ଗୁରୁଙ୍କ ମଉସା ନରେନ୍ଦ୍ର ମିଶ୍ର । ନା ନନେଇ ଗୁରୁଙ୍କ ହତ୍ୟା ପଛରେ ଯାତ୍ରାପାର୍ଟି ସ୍ୱର୍ଣ୍ଣମହଲର ହାସ୍ୟ ଅଭିନେତ୍ରୀଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଘଟଣା ଦିନ ଅଭିନେତ୍ରୀଙ୍କ ସହ ଗୁରୁଙ୍କ ଝଗଡା ନେଇ ଖବର ପାଇଥିଲେ । ତେଣୁ ସେହି ଅଭିନେତ୍ରୀ ଗୁରୁଙ୍କ ହତ୍ୟା କରିଥାଇ ପାରନ୍ତି । ଘଟଣା ଘଟିବାର କିଛି ଘଣ୍ଟା ପୂର୍ବର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏନେଇ ଗୁରୁଙ୍କ ସ୍ତ୍ରୀ ସ୍ନେହଲତା ମଧ୍ୟ ପୂର୍ବରୁ ହତ୍ୟା ଅଭିଯୋଗ ଆଣିବା ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।ଅନ୍ୟପଟେ ଦୁର୍ଘଟଣାରେ ଗୁରୁଙ୍କ ନିଖୋଜ ଦୁଇଟି ମୋବାଇଲ ପୋଲିସଠାରୁ ନେଇଛନ୍ତି ମଉସା ନରେନ୍ଦ୍ର। ରବିବାର ୭ ତାରିଖ ଦିନ ଗୁରୁ ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ଗୁରୁଙ୍କ ମୃତ୍ୟୁ ପରଠାରୁ ତାଙ୍କ ମୋବାଇଲରେ କେତେକ ଆପତ୍ତିଜନକ ଚାଟିଂ ଓ ମୃତ୍ୟୁର କିଛି ସମୟ ପୂର୍ବରୁ ଏକ ଭିଡିଓକୁ ନେଇ ଗୁରୁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

Latest Posts

Don't Miss