spot_img

Latest Posts

ଆମରଣ ଅନଶନ କରୁଥିବା କିଛି ଛାତ୍ରଛାତ୍ରୀ ଅସୁସ୍ଥ

ରାଉରକେଲା : ନିଖିଳ ଓଡିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ୮ ଦଫା ଦାବିରେ ଚାଲିଥିବା ଆମରଣ ଅନଶନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ରାଉରକେଲା ଉତ୍କଳମଣୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ପରିସରରେ ଆମରଣ ଅନଶନ କରୁଥିବା କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଡାକ୍ତରୀ ଟିମ ଜାରି ରଖିଛନ୍ତି । ଆନ୍ଦୋଳନ ସ୍ଥଳରେ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି ।

ନିଖିଳ ଓଡିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ୮ ଦଫା ଦାବିରେ ନଭେମ୍ବର ୬ ତାରିଖ ଠାରୁ  କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ ଆନ୍ଦୋଳନ କରାଯିବା ସହ ୨୪ ତାରିଖ ଠାରୁ ତାଲା ପକାଇ ଆନ୍ଦୋଳନ ଜାରି ରହିଛି । ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିବା, ଉଚ୍ଚଶିକ୍ଷା ନିମନ୍ତେ ଆସନ ବୃଦ୍ଧି  କରିବା, ଡାଇନାମିକ ଷ୍ଟାଇପେଣ୍ଟ  ପ୍ରଦାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । କଲେଜ ଗୁଡିକରେ ପରିଚାଳନା କମିଟି ପୁନଃ ଗଠନ କରିବା କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ସମସ୍ତ ନିୟମାବଳୀ ପାଳନ କରିବା, ରଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନାରେ ଆୟୁଷକୁ ଅନ୍ତର୍ଭୁକ୍ତ କରିବା ସ୍ଵତନ୍ତ୍ର ଆୟୁଷ ବିଭାଗ ସ୍ଥାପନ କରିବା ପାଇଁ ଦାବି କରାଯାଇ ଆନ୍ଦୋଳନ କରାଯାଉଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ଚେତେବାନୀ ଦେଇଛନ୍ତି ।

Latest Posts

Don't Miss