ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଆକ୍ରମଣରେ ଯୁବକ ମୃତ । ମୃତକ ଜାମଦାପାଳ ଗାଁର ଜୁନା ନାଏକ l ଗତକାଲି ସନ୍ଧ୍ୟାରେ ସମୟରେ ପାର୍ବତୀପୁର ଆମ୍ବ ବାଗାନରେ ୨୮ ଟିକିଆ ହାତୀ ହାବୁଡରେ ପଡି ଯାଇଥିଲେ ଜୁନା । ତାଙ୍କୁ ହାତୀ ଆକ୍ରମଣ କରିଥିଲା । ଆହତ ଜୁନାଙ୍କୁ ବନବିଭାଗ ଉଦ୍ଧାର କରି ପ୍ରଥମେ ଶୁକୃଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ପରେ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି ।

