କାଲିଠୁ ଯୁକ୍ତ ଦୁଇ ପରୀକ୍ଷା: ଜାଣନ୍ତୁ କପି ରୋକିବାକୁ କେମିତି ହୋଇଛି ବ୍ୟବସ୍ଥା ?
ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା । ପ୍ରସ୍ତୁତି ଚୁଡାନ୍ତ। ସବୁ ହବ୍ରେ ପହଞ୍ଚି ସାରିଛି ପ୍ରଶ୍ନପତ୍ର । କେନ୍ଦ୍ରକୁ ଜଗି ରହିଛନ୍ତି ସଶସ୍ତ୍ର ପୋଲିସ । ଚଳିତ ବର୍ଷ ରାଜ୍ୟର ୩ ଲକ୍ଷ ୫୦ହଜାର ୮ଶହ ପିଲା ପରୀକ୍ଷା ଦେବେ । କପି ରୋକିବା ସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । ହଲକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀଙ୍କ ଦୁଇ ଦୁଇ ଥର ଚେକିଂ କରିବାର ବ୍ୟବସ୍ଥା କରିଛି ବୋର୍ଡ । ସବୁକେନ୍ଦ୍ରରେ ଲାଗିଛି ସିସିଟିଭି । ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏଭଳି ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଗଜପତି, ରାୟଗଡା ଏବଂ ମାଲକାନଗିରିରେ ପ୍ରଶ୍ନପତ୍ର ହବ୍କୁ ଜଗି ରହିଛନ୍ତି ଆର୍ମଫୋର୍ସ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ ସବୁ ହଲରେ କାନ୍ଥଘଣ୍ଟା ଲଗାଯାଇଛି । ମାଲକାନଗିରିରେ ୩ଟି ଷ୍ଟ୍ରଙ୍ଗରୁମ୍ କରାଯାଇଥିବା ବେଳେ ଗତପତିରେ ୪ଟି ଏବଂ ରାୟଗଡାରେ ୫ଟି ହବ୍ରେ ପ୍ରଶ୍ନପତ୍ର ରହିଛି ।
ସେପଟେ ଚାପମୁକ୍ତ ହୋଇ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛି ବୋର୍ଡ । ୧୧୪୩ ପରୀକ୍ଷା କେନ୍ଦ୍ରରେ 3 ଲକ୍ଷ ୫୦ହଜାର ୮୦୦ ପିଲା ପରୀକ୍ଷା ଦେବେ । ପରୀକ୍ଷା ହଲ୍ ଚତୁଃର୍ପ।ଶ୍ବକୁ ନୋ ମୋବାଇଲ୍ ଜୋନ୍ ଘୋଷଣା କରାଯାଇଛି । ଏପରିକି ସ୍କ୍ୱାର୍ଡ ଓ ନୀରିକ୍ଷକ ମଧ୍ୟ ମୋବାଇଲ ନେଇ ପାରିବେ ନାହିଁ । ସ୍ୱଚ୍ଛ ଏବଂ ଶୃଙ୍ଖଳିତ ପରୀକ୍ଷା ପାଇଁ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି ଶିକ୍ଷାବିତ୍ ।
ସୋମବାର ଶୃଙ୍ଖଳିତ ଭାବରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା ସାରିବାକୁ ସବୁ କଳବଳ ଲଗାଇ ଦେଇଛି ଗଣଶିକ୍ଷା ବିଭାଗ। ଏସବୁ ଭିତରେ ପ୍ରଶ୍ନପତ୍ର ଲିକ୍କୁ ରୋକିବା ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ।