ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ଗୃହ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗରେ କରିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଏବଂ ବାମ ଦଳ ନେତା ଏହାକୁ ସମର୍ଥନ କରିଥିଲେ । ଦିବଂଗତ ସଭ୍ୟଙ୍କ ପାଇଁ ଗୃହରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଅପରାହ୍ନ ସାଢ଼େ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ବାକି ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଶୀତ ଅଧିବଶନରେ ବିରୋଧୀଙ୍କ ହାତରେ ଶାସକ ଦଳକୁ ଘେରିବାକୁ ମାଳମାଳ ପ୍ରସଙ୍ଗ ରହିଛି । ମୁଖ୍ୟ ବିରୋଧୀ ବିଜେଡି ନାରୀ ନିର୍ଯାତନା, ବାଘମାରୀ ନାବାଳିକା ଦୁଷ୍କର୍ମ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପୀତିବାସ ହତ୍ୟାକାଣ୍ଡ, ଚୌଦ୍ବାର ଜେଲରୁ କଏଦୀ ଫେରାର ହେବା ଘଟଣା ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଦଳ ଉଠାଇବ । ସେହିପରି କଂଗ୍ରେସ ଭୋଟ ଚୋରି ସହ ସମାନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବ । ବିଜେପି କହିଛି ସରକାର ସବୁ ପ୍ରସଂଗରେ ଉତ୍ତର ଦେବାକୁ ପ୍ରସ୍ତୁତ

