spot_img

Latest Posts

ବଙ୍ଗୋପସାଗରରେ ଡବଲ ବାତ୍ୟା, ଓଡ଼ିଶା ଉପରେ ନାହିଁ ବଡ଼ ପ୍ରଭାବ

ବଙ୍ଗୋପସାଗରରେ ଡବଲ ବାତ୍ୟା, ଓଡ଼ିଶା ଉପରେ ନାହିଁ ବଡ଼ ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବାତ୍ୟାର ଭୟ I ମାଲାକ୍କା ସମୁଦ୍ର ସନ୍ଧି ଓ ତା’ର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେଲା ବାତ୍ୟା ସେନୟାର I ଏହା ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା ରହିଛି ।  ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ସିଷ୍ଟମ ଟି ବି ନେବ ବାତ୍ୟାର ରୂପ । ହେଲେ ଏହି ଦୁଇ ସିଷ୍ଟମର ପ୍ରଭାବ ବିଶେଷ ଭାବେ ଓଡିଶା ଉପରେ ପଡିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଏବେ ସମୁଦ୍ରରେ ୨ଟି ସିଷ୍ଟମ ସକ୍ରିୟ ରହିଛି  I ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସକାଳେ ବାତ୍ୟା ରୂପ ନେଇ ସାରିଛି I ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ସେନୟାର ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି I  ତେବେ ଏହି ସିଷ୍ଟମର ପ୍ରଭାବ ଓଡ଼ିଶାରେ ପଡୁ ନଥିବା ବେଳେ, ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି I ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ପ୍ରଭାବ ନଭେମ୍ବର ୩୦ରୁ ଡିସେମ୍ବାର ୨ ତାରିଖ ଭିତରେ ରାଜ୍ୟର ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପଡ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହାପ୍ରଭାବରେ ବିଜୁଳି ଘଡ଼ଘଡ଼ି ଜନିତ ହାଲୁକା ବର୍ଷା ହୋଇପାରେ ।

ସେପଟେ ରାଜ୍ୟରେ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ଶୀତ କମୁଛି । ଦୁଇ ଦୁଇଟି ସିଷ୍ଟମ ଆକ୍ଟିଭ କାରଣରୁ ବାୟୁମଣ୍ଡଳରେ ବଙ୍ଗୋପ ସାଗରରୁ ପ୍ରବେଶ କରୁଛି ଜଳୀୟ ବାସ୍ପ । ଏହା ପ୍ରଭାବରେ ଶୀତ କମୁଛି I ତେବେ ଆସନ୍ତା ୩ ତାରିଖ ବେଳକୁ ପୁଣି ବଢିବ ଶୀତ I ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ବେଳେ, ସର୍ବନିମ୍ନ ତାପମାତ୍ରା ରାଉରକେଲା ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି I

Latest Posts

Don't Miss