ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ । ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ଭିତରେ ଅବପାତ ଓ ୪୮ ଘଣ୍ଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ । ଏହାର ପ୍ରଭାବରେ ୨୫ରୁ ବଢିବ ପବନ । ଆଜି ସୁଦ୍ଧା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । କୋମରିନ ଅଞ୍ଚଳ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତତ ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି।
ଆସନ୍ତାକାଲି ସନ୍ଧ୍ୟାରୁ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ସର୍ବାଧିକ ୭୦ କିଲୋମିଟର ବେଗରେ ବହିପାରେ ପବନ। ୨୬ ସକାଳୁ ୬୦ରୁ ୭୦ କିଲୋମିଟର ତଥା ସର୍ବାଧିକ ୮୦ କିଲୋମିଟର ବେଗରେ ବହିପାରେ ପବନ। ୨୭ ତାରିଖ ସକାଳୁ ୮୦ରୁ ୯୦ ତଥା ସର୍ବାଧିକ ୧୦୦ କିଲୋମିଟର ବେଗରେ ବହିପାରେ ପବନ।

