spot_img

Latest Posts

ରାଜଧାନୀ ଭୁବନେଶ୍ବରରେ କଡା ଚେକିଂ ଓ ବ୍ଲକିଂ

ସଂଚାର ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ କଡା ଚେକିଂ ଓ ବ୍ଲକିଂ । ଜୋରଦାର ହେଲା କନଭୟ ପାଟ୍ରୋଲିଂ। କମିଶନରେଟ ପୋଲିସ ଅଧିନ ସମସ୍ତ ଥାନା ଅଞ୍ଚଳରେ ନାକା ସାଙ୍ଗକୁ ଚେକିଂ ବ୍ଲକିଂକୁ ବ୍ୟାପକ କରାଯାଇଛି । ମଦ ପିଇ ଗାଡି ଚଳାଉଥିଲେ ଏନଫୋର୍ସମେଣ୍ଟକୁ ବଢାଯାଇଛି । ଅପରାଧୀଙ୍କୁ ମାତ ଦେବା ସହ ସହରରେ ପୋଲିସ ଆଲର୍ଟ ଥିବାର ମେସେଜ ଦେବାକୁ ଯାଇ କନଭୟ ପାଟ୍ରୋଲିଂ କରାଯାଇଛି । ଗଳିକନ୍ଦିରେ ସାଇରନ ଦେଇ ବୁଲୁଛି ପୋଲିସ ଭ୍ୟାନ । ଗତ କିଛିଦିନ ହେଲା ସହରରେ ବଢ଼ି ଚାଲିଛି କ୍ରାଇମ। ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଏଭଳି ପ୍ରୟାସ ଜାରି ରହିଥିବା ନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।.

Latest Posts

Don't Miss