spot_img

Latest Posts

ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ: ମେଡିକାଲ ସାମ୍ନାରେ ପରିବାର ଲୋକଙ୍କ ଧାରଣା

ପୁରୀ ଜିଲ୍ଲା ଚାରି ଛକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଏନେଇ ମେଡିକାଲ ସାମ୍ନାରେ ଧାରଣା ଦେଇଛନ୍ତି ପରିବାର ଲୋକେ । ମୃତ ମହିଳା ଜଣକ ହେଉଛନ୍ତି କାକାଟପୁର ସ୍ଥିତ ଫକିରସାହି ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓଝା । ଗତକାଲି ଅପରାହ୍ନ ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସରୋଜା ଲକ୍ଷ୍ମୀ ଦାସ ତାଙ୍କୁ ଅବହେଳା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଉତ୍ତେଜିତ ଲୋକମାନେ ମେଡିକାଲ ସାମ୍ନାରେ ଧାରଣାରେ ବସି ରହିବା ସହ ନ୍ୟାୟ ଦାବି କରିଛନ୍ତି।

Latest Posts

Don't Miss