ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁରରୁ ସନ୍ଦିଗ୍ଧ ବେଆଇନ ବାଂଲାଦେଶୀ ଧରାପଡ଼ିବା ପରେ କେନ୍ଦ୍ରାପଡ଼ାରେ ବି ଧରପଗଡ଼। ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ରାତିରେ ବି ହୋଇଥିଲା ବ୍ଳକିଂ ଓ ଚେକିଂ । ଏପରିକି ଘର ଭଡ଼ା ଦେଇଥିବା ମାଲିକ ଓ ଘର ଭଡ଼ା ନେଇଥିବା ଲୋକଙ୍କୁ ହଜାର ହେବା ପାଇଁ ଡକାଯାଇଥିଲା। କେନ୍ଦ୍ରାପଡ଼ାର ବିଭିନ୍ନ ବସ୍ତିରେ ରହୁଥିବା ସନ୍ଦିଗ୍ଧ, ଦିଲାରପୁର, ବଡ଼ହାଟ, ରଣପଡ଼ାର ଅନେକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଡକାଇ ଟାଉନ ଥାନାରେ ପଚରା ଉଚରା କରାଯାଇଥିଲା। ସେମାନଙ୍କ ପରିଚୟପତ୍ର ଯାଞ୍ଚ କରାଯାଇଥିଲା।

