spot_img

Latest Posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଅମିତ ଶାହା

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶାହଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନି‌ଆଯାଇଥିଲା। ପାଖାପାଖି ୩୫ ମିନିଟ ଧରି ମନ୍ଦିରରେ ରହିଥିଲେ ଗୃହମନ୍ତ୍ରୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

ଶ୍ରୀଜିଉଙ୍କୁ ଦର୍ଶନ ପରେ କୀର୍ତ୍ତନ ଚକଡାରୁ ନୀଳଚକ୍ରଙ୍କୁ ଦର୍ଶନକରିଥଲେ ଶାହା । ମୁକ୍ତି ମଣ୍ଡପ ପାଖରେ ପହଞ୍ଚି ଶାହ ବ୍ରାହ୍ମଣଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଓ ପ୍ରଣାମି ମଧ୍ୟ ଦେଇଥିଲେ ।  ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ବହୁ ନେତା ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ହୋଟେଲରୁ ମନ୍ଦିର ପର୍ଯ୍ୟନ୍ତ କଡ଼ା ସୁରକ୍ଷା ରହିଥିଲା । ସିଂହଦ୍ୱାର ସମ୍ମୁଖରେ ରେଡ୍ କାର୍ପେଟ ବିଛାଯିବା ସହ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା  । ପରେ  ଫେରିଯାଇଥିଲେ ଶାହା।ମନ୍ଦିରରୁ ବାହାରି ସିଧା ମେ ଫେୟାର ହୋଟେଲ ଯାଇଛନ୍ତି ଶାହା । ସେଠାରେ ପ୍ରାୟ ୩୦ ମିନିଟ ରହଣି ମଧ୍ୟରେ ଜିଲ୍ଲାର ତୁଙ୍ଗ ନେତାଙ୍କ ସହ ଆଲୋଚନା କରିଥିଲେ ।

Latest Posts

Don't Miss