କାର୍ତ୍ତିକେଶ୍ବର ଭସାଣି ବେଳେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ୧୦ ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଅନୁଗୁଳ ସଦର ଥାନା କରଡ଼ାଗାଡ଼ିଆ ଗାଁର ସାଆନ୍ତସାହି ପକ୍ଷରୁ କାର୍ତ୍ତିକେଶ୍ଵର ପୂଜା ଭସାଣି ହେଉଥିଲା । ସେହି ସମୟରେ ବିଶ୍ୱଜିତ ଦେହୁରୀ ନାମକ ଜଣେ ବ୍ୟକ୍ତି ଘରକୁ ଫେରୁଥିଲେ । ଭସାଣି କରୁଥିବା କିଛି ଯୁବକ ବିଶ୍ୱଜିତଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରି ପଳାଇ ଯାଇଥିଲେ। ବିଶ୍ୱଜିତଙ୍କ ପରିବାର ଲୋକଙ୍କୁ ପୁଣି ଥରେ ଆଉ କିଛି ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ପଳାଇ ଯାଇଥିଲେ । ଏହି ଆକ୍ରମଣରେ ପରିବାର ୧୦ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

