spot_img

Latest Posts

ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ଶାସକ ଦଳ ବିଜେପିକୁ ବିଜେଡିର ଟାର୍ଗେଟ

ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ଶାସକ ଦଳ ବିଜେପିକୁ ବିଜେଡିର ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନକୁ ନେଇ ଶାସକ ଦଳ ବିଜେପିକୁ କାଠଗଡାରେ ଛିଡ଼ା କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ନୂଆପଡାରେ ବିଜେପି ସରାକାରୀ କଳକୁ ସଂପୂର୍ଣ୍ଣ ଭାବେ ଲଗାଇ ଦେଇଥିଲା । ଆଦର୍ଶ ଆଚରଣ ବିଧିର ଧଜ୍ଜିଆ ଉଡାଇଥିଲା । ଦଳୀୟ ନେତା ମନ୍ତ୍ରୀଙ୍କୁ ସାତ ଖୁଣ ମାଫ ଥିଲା ବେଆଇନ ଓ ଅବୈଧ କାରବାର ପାଇଁ । ଟଙ୍କା ବୁହା ଗାଡିକୁ ସରକାରୀ ଅଧିକାରୀ ପୋଲିସ ବଳ ଲଗାଇ ଏସକର୍ଟ କରି ନେଉଥିଲେ ।

ଦଳ ପକ୍ଷରୁ କୁହାଯାଇଛି, ମତଦାନ କେନ୍ଦ୍ର ଆଗରେ ବିଜେପି ତମ୍ବୁ ବାନ୍ଧି ଭୋଟରଙ୍କୁ ପ୍ରଭାବିତ କରୁଥିଲେ । ସ୍କୁଲରେ ମନ୍ତ୍ରୀ ସଭା କରିବା ସହ ଛତିଶଗଡ ଅପରାଧୀଙ୍କୁ ଆଣି ଲୋକଙ୍କୁ ଭୟଭୀତ କରାଇ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀ ରାସ୍ତା ଅବରୋଧ କରି ସଭା କରୁଥିଲେ । କୋରାପୁଟ ବିଜେପି ବିଧାୟକଙ୍କ ପିଏସଓ ଗୁଳି ଚଳାଇଲେ । ବିଜେଡି ପ୍ରତି ଏତେ ଇର୍ଷା ଥିଲା ଯେ ଯେଉଁଠି ବିଜେଡି ପ୍ରାର୍ଥୀ, ନବୀନଙ୍କ ପୋଷ୍ଟର ଦେଖିଲେ ତାକୁ ଚିରି ପକାଉଥିଲେ ।

ସେହିପରି ସାଇଲେଣ୍ଟ ପିରିୟଡରେ ବିଜେପି ନେତା ବୁଲୁଥିଲେ । ବିଜେପି ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟରୁ ନେତା ଆଣି ସେଠାରେ ରହି ଟଙ୍କା ବାଣ୍ଟିଲେ । ଏ ନେଇ ବିଜେଡି କର୍ମୀ ଅଭିଯୋଗ କରିବାରୁ ତାଙ୍କୁ ମିଛ ମାମଲାରେ ଧରୁଥିଲେ । ବିଜେଡିର ନେତାଙ୍କ ଘରେ ଆଇଟି ରେଡ କରାଇଲେ । ଇଭିଏମ୍ ଗୋଟେ ଟ୍ରକରେ ଗଞ୍ଜାମରୁ ଆସିଥିଲା । ଜିଲ୍ଲାପାଳ ତାକୁ ଷ୍ଟ୍ରଙ୍ଗ ରୁମ ବଦଳରେ ଅନ୍ୟ କେଉଁଠି ରଖିଥିଲେ । ଯେଉଁ ଇଭିଏମ ବ୍ୟବହାର ହେଲା, ସେଥିରେ ଭୋଟ ଦେଲେ ବି ବିଜେପିକୁ ଯାଉଥିଲା । ବିଜେପି କର୍ମୀ ବୁଥରେ ପଶି ବିଜେଡି ଏଜେଣ୍ଟଙ୍କୁ ଧମକାଉଥିଲେ । କୋମନାରେ ମହିଳା ଭୋଟରଙ୍କ ଭୋଟ ବିଜେପି କର୍ମୀ ଦେଇ ଦେଇଥିଲେ ବୋଲି ଦଳ ଅଭିଯୋଗ ଆଣି ବର୍ଷିଛି ।

ଏସବୁ ସତ୍ତ୍ବେ ନୂଆପଡାରେ ନବୀନ ପଟ୍ଟନାୟକଙ୍କ ପାଇଁ ଭଲ ପାଇବା ରହିଛି । ସେମାନେ ବହୁ ମାତ୍ରାରେ ବିଜେଡିକୁ ଭୋଟ ଦେଇଛନ୍ତି । ଯଦି ଇଭିଏମ ଜାଲିଆତି ହୋଇଛି, ତାହା କିଛି ଦିନରେ ଜଣାପଡିଯିବ । ଯାହାକୁ ଲୋକେ କେବେ କ୍ଷମା ଦେବେନି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ତେବେ ବିଜେଡି ବିରୋଧରେ କରିଥିବା ସମସ୍ତ ସରକାରୀ ଆକ୍ସନ ବିଷୟରେ ଗଣମାଧ୍ୟମ ଖବର ପ୍ରସାରଣ କରିଛି । ସେଥିପାଇଁ ବିଜେଡି ଗଣାଧ୍ୟମକୁ ଧନ୍ୟବାଦ ଜଣାଇଛି ।

ସେହିପରି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି, OD-26C-2222 ଏହି ଘରୋଇ ଗାଡିରେ ଇଭିଏମ ରଖାଯାଇଥିଲା । ଗଞ୍ଜାମରୁ ଟ୍ରକରେ ଇଭିଏମ ଆସିଥିବା ସିଇଓ ପାଖରେ ବିଜେଡି ଅଭିଯୋଗ କରିଥିଲା । ଯାହାକୁ ସିଇଓ ଖଣ୍ଡନ କରିଥିଲେ । ତେବେ ଏ ସଂପର୍କରେ ଆଜି ବିଜେଡି ପ୍ରମାଣ ଦେଇଛି । ଆଉ ପଚାରିଛି ଏ ଲୋକ କିଏ ଯିଏ ଇଭିଏମ ଗାଡି ଆଣିଥିଲା ? ଆଇଜି ହିମାଂଶୁ ଲାଲକୁ ଡିଜିପି କରିବାକୁ ଲୋଭ ଦିଆଯାଇଛି । ବିଜେଡିର ଲୋକପ୍ରିୟତା ଦେଖିକି ସରକାର ଅପରେସନ ଆରମ୍ଭ କରିଥିଲେ । ତେଣୁ ଗଣତନ୍ତ୍ରକୁ ବଞ୍ଚାଇବାକୁ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ନହେଲେ ଆଗାମୀ ସମୟରେ ଓଡ଼ିଶାବାସୀ ଏହାର ଜବାବ ଦେବେ ।

Latest Posts

Don't Miss