ନନ୍ଦିଘୋଷ ବ୍ୟୁରୋ: ଲୋକମାନେ ପ୍ରାୟତଃ ଏକ ଭଲ ଜୀବନ ଏବଂ ଭଲ ଭବିଷ୍ୟତ ପାଇଁ ବିଦେଶକୁ ଚାଲିଯାଆନ୍ତି । ସେମାନଙ୍କର ବିଶ୍ୱାସ ଥାଏ କି ସେମାନେ ଏକ ଭଲ ଚାକିରି ପାଇବେ, ଭଲ ରୋଜଗାର କରିବେ ଏବଂ ସେମାନଙ୍କ ପରିବାର ପାଇଁ ଏକ ଭଲ ଭବିଷ୍ୟତ ଗଢିପାରିବେ । ସେମିତି କିଛି ସ୍ବପ୍ନ ନେଇ ରୁଷ ଯାଇଥିଲେ ଅମ୍ବାଲାର ଜାଭେଦ । କିନ୍ତୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ସେଠାକାର ପରିସ୍ଥିତି ସେମାନଙ୍କ ସ୍ବପ୍ନକୁ ଛାରଖାର କରିଦେଇଛି । ଯେଉଁମାନେ ଟଙ୍କା ରୋଜଗାର କରିବାର ଇଚ୍ଛା ଏବଂ ବଡ଼ ସ୍ୱପ୍ନ ନେଇ ରୁଷ ଯାଇଛନ୍ତି ସେମାନେ ଫସି ରହିଛନ୍ତି। ଅମ୍ବାଲାର ମହମ୍ମଦ ଜାଭେଦ ଆଖିରେ ବଡ଼ ସ୍ୱପ୍ନ ନେଇ ରୁଷ ଯାଇଥିଲେ। ପ୍ରାରମ୍ଭରେ ସେ ବହୁତ କାମ କରିଥିଲେ କିନ୍ତୁ ଅଧିକ ଟଙ୍କା ପାଇବାର ଇଚ୍ଛାରେ ସେ ଏଜେଣ୍ଟଙ୍କ କଥାରେ ପଡ଼ି ଋଷ ସେନାରେ ଯୋଗ ଦେଇଥିଲେ। ଯାହା ତାଙ୍କ ଜୀବନର ବଡ଼ ଭୁଲ ଥିଲା । ବର୍ତ୍ତମାନ ଗତ ୨୩ଦିନ ଧରି ଜାଭେଦର କୌଣସି ସନ୍ଧାନ ମିଳିନାହିଁ ଏବଂ ତାଙ୍କ ପରିବାର ସହିତ ମଧ୍ୟ କୌଣସି ଯୋଗାଯୋଗ ହୋଇନାହିଁ। ଜାଭେଦଙ୍କ ପରିବାର ତାଙ୍କ ବିଷୟରେ ଜାଣିବା ପାଇଁ ସରକାରଙ୍କୁ ନିବେଦନ କରୁଥିବା ବେଳେ, ତାଙ୍କ ଭଉଣୀ ଏବଂ ମାଆ ଅସହାୟ। ଜାଭେଦ ତାଙ୍କ ପରିବାରର ଏକମାତ୍ର ପୁଅ, ତାଙ୍କ ସ୍ତ୍ରୀ, ମାଆ, ଭଉଣୀ ଏବଂ ତିନି ପିଲାଙ୍କ ପାଇଁ ଦାୟିତ୍ବ ତାଙ୍କ ଉପରେ। ପରିବାରବର୍ଗଙ୍କ ଅନୁଯାୟୀ, ସେମାନେ ଶେଷ ଥର ପାଇଁ ୨୩ ଦିନ ପୂର୍ବେ ଜାଭେଦଙ୍କ ସହ କଥା ସେତେବେଳେ ଜାଭେଦ ସେମାନଙ୍କୁ ଯତ୍ନ ନେବାକୁ କହିଥିଲେ।
ମୁଁ ୨୩ ଦିନ ପୂର୍ବେ କଥା ହୋଇଥିଲି
ମହମ୍ମଦ ଜାଭେଦଙ୍କ ପତ୍ନୀ କାହକାଶା କହିଛନ୍ତି ଯେ ୨୩ ଦିନ ପୂର୍ବରୁ ଜାଭେଦ ଫୋନ୍ କରି ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କର ଯତ୍ନ ନେବାକୁ କହିଥିଲେ ହେଲେ ୨୩ ଦିନ ବିତିଗଲାଣି କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଜାଭେଦ ଭାରତରୁ ରୁଷ କାମ କରିବାକୁ ଯାଇଥିଲେ ଯାହା ପରେ ଜିତୁ ନାମକ ଜଣେ ଏଜେଣ୍ଟ ଏବଂ ଜଣେ କର୍ଣ୍ଣେଲ ତାଙ୍କୁ ରୁଷ ସେନାରେ ଯୋଗଦେବା ପାଇଁ ପ୍ରଲୋଭିତ କରିଥିଲେ। ସେ କହିଛନ୍ତି ଯେ ତାଙ୍କୁ ସେଠାରେ ୧୫ ଦିନର ସାମରିକ ତାଲିମ ଦିଆଯାଇଥିଲା ଏବଂ ଏହା ପରେ ତାଙ୍କୁ ଶେଷ ଥର ପାଇଁ କୁହାଯାଇଥିଲା ଯେ ତାଙ୍କୁ ୟୁକ୍ରେନ ନିକଟବର୍ତ୍ତୀ ରୁଷ ସୀମାରେ ଯୁଦ୍ଧ କରିବାକୁ ପଠାଯାଉଛି।
ସ୍ତ୍ରୀ ଏବଂ ପିଲାମାନଙ୍କର ଯତ୍ନ ନେବ
ସେମାନେ ଏହା ମଧ୍ୟ କହିଛନ୍ତି ଯେ ମହମ୍ମଦ ଜାଭେଦ ଶେଷ ଥର ପାଇଁ ସେପ୍ଟେମ୍ବର ୧୫ ତାରିଖରେ ଏକ ଅଡିଓ ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ସେ ତାଙ୍କ ପରିବାରକୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କର ଯତ୍ନ ନେବାକୁ କହିଥିଲେ। ସେ ୨୩ଦିନ ଧରି ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ଜାଭେଦଙ୍କ ଭଉଣୀ ଦିଲଶାନା ସରକାରଙ୍କୁ ନିବେଦନ କରି କହିଛନ୍ତି ଯେ ତାଙ୍କର କେବଳ ଗୋଟିଏ ଭାଇ ଅଛି, ଯିଏ କାମ ପାଇଁ ରୁଷ ଯାଇଥିଲେ ଏବଂ ୨୩ଦିନ ଧରି ନିଖୋଜ ଅଛନ୍ତି।
ସେନାରେ କେମିତି ଯୋଗଦେଲେ ?
ରୁଷର ଜଣେ କର୍ଣ୍ଣେଲ ତାଙ୍କ ଜାଭେଦଙ୍କୁ ବଙ୍କର ଖୋଳିବା କାମ ଦେଇଥିଲେ। ୧୫ ଦିନର ତାଲିମ ପରେ ତାଙ୍କୁ ସୀମାକୁ ନିଆଯାଇ ସେଠାରେ ନିୟୋଜିତ କରାଯାଇଥିଲା। ଜାଭେଦଙ୍କ ସହିତ ମନୋଜ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ରୁଷ ସେନାରେ ନିଯୁକ୍ତି ଦିଆଯାଇଛି। ସେ ଜୟପୁରର ବାସିନ୍ଦା ଏବଂ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ଭାଇକୁ ଯଥାଶୀଘ୍ର ଖୋଜି ଭାରତ ଫେରାଇ ଆଣନ୍ତୁ।

