ନନ୍ଦିଘୋଷ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିକଳ ଦୃଶ୍ୟ । ରାସ୍ତାରେ ପାଠ ପଢିଲେ ରେଭେନ୍ସା ୟୁଜି ଓଡ଼ିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ଅଧ୍ୟାପକ ମଧ୍ୟ ରାସ୍ତାରେ ଓଡ଼ିଆ କ୍ଳାସ ନେଇଛନ୍ତି । କ୍ଳାସ ରୁମ ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ବାଧ୍ୟ ହୋଇ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ପାଠ ପଢୁଛନ୍ତି ୩୦ ଜଣ ଛାତ୍ରଛାତ୍ରୀ । କେଉଁ ମୁହୂର୍ତ୍ତରେ କ୍ଲାସ ରୁମର ସିଲିଂ ଖସିବ ତାର କିଛି ଠିକ ଠକଣା ନାହିଁ । ଏନେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବିଭାଗର ଛାତ୍ରଛାତ୍ରୀ । ୨୦ ଦିନ ହେବ ଏନେଇ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ନିଆରା ଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ

