Jioର ସବୁଠାରୁ ଶସ୍ତା ପ୍ଲାନ: ୮୯୫ ଟଙ୍କାରେ ୧୧ ମାସ ପର୍ଯ୍ୟନ୍ତ ମିଳିବ କଲିଂ-ଡାଟା ଓ SMS ସର୍ଭିସ

ରିଲାଏନ୍ସ ଜିଓର ପୋର୍ଟଫୋଲିଓରେ ଅନେକ ପ୍ରକାରର ରିଚାର୍ଜ ପ୍ଲାନ ମିଳିଥାଏ । କମ୍ପାନୀ ତରଫରୁ ଶସ୍ତା, ମହଙ୍ଗା ଏକାଧିକ ଅପ୍ସନ ଅଫର କରାଯାଇଥାଏ । ସେଥିମଧ୍ୟରେ କିଛି ଖାସ୍ ପ୍ଲାନ ମଧ୍ୟ ରହିଥାଏ । ଏହି ପ୍ଲାନ୍ସର ଫାଇଦା ଉଠାଇ ଗ୍ରାହକମାନେ କମ୍ ଦାମରେ ଅଧିକ ବେନିଫିଟ ହାସଲ କରିଥାନ୍ତି । ଏହା ମଧ୍ୟରେ ଜିଓ ଆଣିଦେଇଛି ସବୁଠାରୁ ଶସ୍ତା ପ୍ଲାନ । ଏଥିରେ ଗ୍ରାହକମାନେ ୮୯୫ ଟଙ୍କାରେ ୧୧ ମାସ ପର୍ଯ୍ୟନ୍ତ କଲି-ଡାଟା ଓ ଏସଏସଏମ ସର୍ଭିସ ପାଇପାରିବେ । ଏହା କମ୍ପାନୀର ଲଙ୍ଗ ଟର୍ମ ପ୍ଲାନ ହୋଇଥିବା ବେଳେ ଗ୍ରାହକମାନେ ୧୧ ମାସ ପର୍ଯ୍ୟନ୍ତ ଭାଲିଡିଟୀ ପାଇପାରିବେ ।
୮୯୫ ଟଙ୍କିଆ ପ୍ଲାନ ୩୩୬ ଦିନର ଭାଲିଡିଟି ସହିତ ଆସିଛି । ଏଥିରେ ୨ ଜିବି ଡାଟା ୨୮ ଦିନ ପାଇଁ ମିଳିବ । ଅର୍ଥାତ ପୂରା ଭାଲିଡିଟି ପାଇଁ ଆପଣଙ୍କୁ ୨୪ ଜିବି ଡାଟା ମିଳିବ । ଡାଟା ଲିମିଟି ସମାପ୍ତ ହୋଇଯିବା ପରେ ୟୁଜର୍ସଙ୍କୁ 64Kbpsର ସ୍ପିଡରେ ଡାଟା ମିଳିବ । ଏହାଛଡ଼ା କମ୍ପାନୀ ଅନଲିମିଟେଡ କଲିଂ ଓ ୫୦ ଏସଏମଏସ ୨୮ ଦିନ ପାଇଁ ଅଫର କରୁଛି । ଗ୍ରାହକଙ୍କୁ ମୋଟ ୬୦୦ ଏସଏମଏସ ମିଳିବ । ଏହି ପ୍ଲାନ ସହ କମ୍ପାନୀ ଅତିରିକ୍ତ ବେନିଫିଟ ମଧ୍ୟ ଅଫର କରୁଛି । ଏହି ପ୍ଲାନରେ JioTV ଓ JioAICloudର ଏକ୍ସେସନ ମିଳିବ । କିଛି ବଛା ବଛା ଓ ଖାସ ୟୁଜର୍ସଙ୍କୁ ଏହି ସୁବିଧା ମିଳିବ ।