ଅନାସ୍ଥା ଭୋଟ ପ୍ରସଙ୍ଗ: ବିଜେଡିର ସମସ୍ତ କାଉନସିଲରଙ୍କ ପାଇଁ ଜାରି ହେଲା ଦଳୀୟ ହ୍ବିପ
1 min read
ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟ ପ୍ରସଙ୍ଗ । ବିଜେଡିର ସମସ୍ତ କାଉନସିଲରଙ୍କ ପାଇଁ ଜାରି ହେଲା ଦଳୀୟ ହ୍ବିପ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ହ୍ବିପ ଜାରି କରିଛନ୍ତି । ଅନାସ୍ଥା ବିରୋଧରେ ଭୋଟ ଦେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ହ୍ବିପକୁ ଅବମାନନା କଲେ ଓଡିଶା ମ୍ୟୁନିସିପାଲ ରୁଲ-୨୦୧୮ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଜାରି ହୋଇଥିବା ହ୍ବିପର ଏକ ନକଲ ଆଜି ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଦାନ କରିଛନ୍ତି । ବିଜେଡିର ୧୯ ଜଣ କାଉନସିଲର ଏବେ ଅଜ୍ଞାତବାସରେ ରହିଥିବା ଜଣାପଡିଛି । ୧୨ତାରିଖ ଦିନ ବିଜେଡିର ଏକ ଗୋଷ୍ଠୀ ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ବିଜେଡିର ୨୧ଜଣ କାଉନସିଲରଙ୍କ ମଧ୍ୟରୁ ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ।